www.samajalive.in
Sunday, December 7, 2025
16.1 C
Bhubaneswar

ରାସ୍ତାରେ ଗାଡ଼ି ଗଡ଼ିଲେ ଉତ୍ପନ୍ନ ହେବ ବିଦ୍ୟୁତ୍‌ ଶକ୍ତି

ଭୁବନେଶ୍ବର : ରାସ୍ତାରେ ହଜାର ହଜାର ସଂଖ୍ୟା​‌ରେ ଗାଡ଼ି ଗଡୁଛି। ଦୁଇ ଚକିଆଠାରୁ ଆରମ୍ଭ କରି ବାର, ଚଉଦ ଚକିଆ ଭାରିଯାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଧୁନିକ ଯୁଗରେ ନିଜର ସୁବିଧା ନିମନ୍ତେ ଅଧିକାଂଶ ପରିବାର ଏକାଧିକ ଯାନ ବ୍ୟବହାର କରୁଥିବାରୁ ଇନ୍ଧନର ଅଭାବ ଦେଖାଦେଲାଣି। ତେବେ ଗାଡ଼ି ରାସ୍ତାରେ ଗଲାବେଳେ ସେଥିରୁ କିଭଳି ଫାଇଦା ଉଠାଯାଇ ପାରିବ ସେନେଇ କିଛି ଛାତ୍ର ଅଭିନବ ଉପାୟ ଉଦ୍ଭାବନ କରିଛନ୍ତି।

ଗାଡ଼ି ରାସ୍ତାରେ ଗଡ଼ିଲେ ସେଥିରୁ ବିଦ୍ୟୁତ ଶକ୍ତି ସଞ୍ଚୟ ଉପାୟ ବାହାର କରିଛନ୍ତି ଭୁବନେଶ୍ବରସ୍ଥିତ ଆବେ ୱେଷ୍ଟ ସର୍ଭିସ ସଂସ୍ଥାର ପ୍ରଦୀପ୍ତ ସାହୁ, ଦିଲୀପ ସାହୁ, ସୁଧାଂଶୁ ଶେଖର ମଲ୍ଲିକଙ୍କ ଭଳି କିଛି ଇଲେକ୍ଟ୍ରିକାଲ ଛାତ୍ର। ଯେଉଁ ବିଦ୍ୟୁତଶକ୍ତି ଉତ୍ପନ୍ନ ହେବ; ଏହାକୁ ସଞ୍ଚୟ କରି ଷ୍ଟ୍ରିଟ ଲାଇଟ ଜଳାଇବାରେ ବ୍ୟବହାର କରାଯାଇପାରିବ। ଏହାସହ କେଉଁ ପଟୁ ଗାଡ଼ି ଆସୁଛି ଚାଳକଙ୍କୁ ସିଗନାଲ ମିଳିବା ଭଳି ବ୍ୟବସ୍ଥା କରାଯାଇ ପାରିବ ବୋଲି ଛାତ୍ରମାନେ ପ୍ରକାଶ କରିଛନ୍ତି। ଛାତ୍ରଙ୍କ ଉଦ୍ଭାବନ ବ୍ୟବସ୍ଥା ଅନୁସାରେ ଜାତୀୟ ରାଜପଥ ଓ ଜନବହୁଳ ରାସ୍ତାରେ ରୋଟେସନ ହମ୍ପ୍‌ସର ବ୍ୟବହାର କରାଯିବ। ରୋଟେସନ ହମ୍ପ୍‌ସରେ ଗାଡ଼ି ଘଷି ହୋଇଗଲାବେଳେ ସେଥିରୁ ବିଦ୍ୟୁତ ଶକ୍ତି ନିର୍ଗତ ହେବ। ଏହି ବିଦ୍ୟୁତ ମୋଟର ସାହାଯ୍ୟରେ ଜେନେରେଟରରେ ସଞ୍ଚିତ ହୋଇ ରହିବ। ଯେହେତୁ ଟୋଲ ଗେଟ ଗୁଡ଼ିକରେ ଅଧିକ ସଂଖ୍ୟା​‌ରେ ଯାନ ଚଳାଚଳ କରୁଛି; ସେଠାରେ ଏଭଳି ରୋଟେସନ ହମ୍ପ୍‌ସର ଆବଶ୍ୟକତା ରହିଛି ବୋଲି ଛାତ୍ରମାନେ କହିଛନ୍ତି। ପାୱାର ହାଉସରେ ସଞ୍ଚିତ ଶକ୍ତି ତା’ ସାହାଯ୍ୟରେ ଷ୍ଟ୍ରିଟ ଲାଇଟ ଖୁଣ୍ଟିରେ ସଂଯୋଗ କରାଯିବ। ଫଳରେ ଷ୍ଟ୍ରିଟ ଲାଇଟ ଜଳିବ। ଏଥିପାଇଁ ଆଉ ସୌରଶକ୍ତି କିମ୍ବା ବିଦ୍ୟୁତ୍‌ ଶକ୍ତିର ଆବଶ୍ୟକ ପଡ଼ିବ ନାହିଁ। ରାସ୍ତାର ବୁଲାଣି ଜାଗାରେ ପୁଲିସ କର୍ମଚାରୀ ରହୁନାହାନ୍ତି। ସେଥିପାଇଁ ଅଧିକ ସଂଖ୍ୟାରେ ଦୁର୍ଘଟଣା ଘଟୁଛି। ଏଭଳି ରାସ୍ତାଗୁଡ଼ିକରେ ଦୁର୍ଘଟଣା ହ୍ରାସ ପାଇଁ ଛାତ୍ରମାନେ ସିଗ୍‌ନାଲ ଲାଇଟର ସୁବିଧା କରିଛନ୍ତି। ଯେହେତୁ ସିଗ୍‌ନାଲ ଖୁଣ୍ଟିଗୁଡ଼ିକରେ ସେନ୍‌ସର ଲଗାଯାଇଛି; ଯେଉଁ କଡ଼ରୁ ଗାଡ଼ି ଆସିବ ସେ କଡ଼ରେ ଗ୍ରିନ୍‌ ଲାଇଟ ଜଳିବ। ଫଳରେ ଅନ୍ୟ ରାସ୍ତାର ଗାଡ଼ି ଚାଳକ ସତର୍କ ହୋଇପାରି​‌େ​‌ବ ବୋଲି ଛାତ୍ରମାନେ କହିଛନ୍ତି। ଛାତ୍ରମାନେ ଓରମାସ ସହାୟତାରେ ଇଲେକ୍‌ଟ୍ରିକାଲ ବିଷୟରେ ଅଧ୍ୟୟନ କରୁଛନ୍ତି। ବିଦ୍ୟୁତ ଶକ୍ତିର ବିକଳ୍ପ ଭାବେ ସୌରଶକ୍ତିର ଉଦ୍ଭାବନ ହୋଇଛି। ୟୁ ଟ୍ୟୁବ ଓ ଶିକ୍ଷକଙ୍କ ପରାମର୍ଶରେ ଏହି ନୂତନ ବ୍ୟବସ୍ଥା ଉଦ୍ଭାବନ କରିଥିବା ସେମାନେ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories