ସାପ୍ତାହିକ ରାଶିଫଳ (୨୨-୨୯ ଜୁଲାଇ)
ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଶ୍ରୀଯୁକ୍ତ ହେବେ। କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଶତ୍ରୁ ପରାସ୍ତ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସାମାଜିକ ପ୍ରତିଷ୍ଠା ପାଇବେ। ଶନିବାର ଯାତ୍ରାକାଳୀନ ସାବଧାନତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ କାର୍ଯ୍ୟରେ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ତ୍ର ପାଠ କରନ୍ତୁ।
ବୃଷ: ରବିବାର ଓ ସୋମବାର ପିଲାଙ୍କୁ ନେଇ ଚିନ୍ତା ଦେଖାଦେବ। ମଙ୍ଗଳବାର ଓ ବୁଧବାର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ। ଗୁରୁବାର ଓ ଶୁକ୍ରବାର ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମାନସିକ ଶାନ୍ତି ପାଇବେ। ଶନିବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ତନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଓ ସୋମବାର କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ଶତ୍ରୁଦ୍ବାରା ପରାସ୍ତ ହେବେ। ଗୁରୁବାର ଓ ଶୁକ୍ରବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ଶନିବାର ବ୍ୟବସାୟରେ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାର ପିଲାମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଦେଖାଦେବ। ସୋମବାର ଓ ମଙ୍ଗଳବାର ନୂତନ ନିଯୁକ୍ତି ମିଳିପାରେ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଅସୁବିଧାରେ ପଡ଼ିପାରନ୍ତି। ଶନିବାର ମଧ୍ୟମ ଫଳ ପ୍ରାପ୍ତି ହେବ। ଆୟ ଓ ବ୍ୟୟ ସମାନ ରହିବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବଙ୍କୁ ଆରାଧନା କରନ୍ତୁ।
ସିଂହ: ରବିବାର ଆର୍ଥିକ ଅନଟନ ଦୂର ହେବ। ପାରିବାରିକ ଶାନ୍ତି ଲାଭ ହେବ। ସୋମବାର ଓ ମଙ୍ଗଳବାର ଜଗିରଖି ଚଳିବା ଆବଶ୍ୟକ। ବୁଧବାର ଓ ଗୁରୁବାର ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ମାତଙ୍ଗୀଙ୍କ କବଚ ପାଠ କରନ୍ତୁ।
କନ୍ୟା: ରବିବାରରେ ବିବାଦର ସମ୍ମୁଖୀନ ହେବେ। ସୋମବାର ଓ ମଙ୍ଗଳବାର ଆୟ ବୃଦ୍ଧି ହେବ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ଶତ୍ରୁଦ୍ବାରା ପରାଭୂତ ହେବେ। ଶନିବାର ଅଟକିଥିବା କାର୍ଯ୍ୟରେ ସଫଳତା ମିଳିବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
ତୁଳା: ରବିବାର କାର୍ଯ୍ୟରେ ପଦୋନ୍ନତି ମିଳିପାରେ। ସୋମବାର ଓ ମଙ୍ଗଳବାର ମାନସିକ ଅବସାଦ ଦେଖାଦେବ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଶନିବାର ବିବାଦମାନ ପରିସ୍ଥିତିରୁ ଦୂରେଇ ରହିବା ଭଲ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଋଣମୁକ୍ତି ପାଇଁ ପ୍ରୟାସ କରିବେ। ବ୍ୟବସାୟରେ ଲାଭବାନ ହେବେ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ପାରିବାରିକ ଅଶାନ୍ତି ଦେଖାଦେବ। ଋଣଗ୍ରସ୍ତ ହେବେ। ଶନିବାର କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।
ଧନୁ: ରବିବାର ଆଧ୍ୟାତ୍ମବାଦୀ ହେବେ। ସୋମବାର ଓ ମଙ୍ଗଳବାର କର୍ମ ପ୍ରବଣତା ପ୍ରକାଶିତ ହେବ। ପରୀକ୍ଷାରେ ସଫଳ ହେବେ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଆୟ ବୃଦ୍ଧି ହେବ। ଶନିବାର ଜଗିରଖି ଚଳିବେ। ସାମାନ୍ୟ ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।
ମକର: ରବିବାର ସାବଧାନତା ଲୋଡ଼ା। ସେମାବର ଓ ମଙ୍ଗଳବାର ମଧ୍ୟମଫଳ ପ୍ରାପ୍ତି ହେବ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କର୍ମଅନୁସାରେ ଫଳପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ଶନିବାର କର୍ମପଥରେ ଅଗ୍ରସର ହେବେ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ।
କୁମ୍ଭ: ରବିବାର ପ୍ରେମରେ ସଫଳତା ଲାଭ କରିବେ। ଜମି କିଣିବା ପାଇଁ ପ୍ରୟାସ କରିବେ। ସୋମବାର ଓ ମଙ୍ଗଳବାର ଦୁର୍ଘଟଣାର ସମ୍ମୁଖୀନ ହେବେ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ କର୍ମଅନୁସାରେ ଫଳପ୍ରାପ୍ତି ହେବ। ଶନିବାର ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ର ନାମ ପାଠ କରନ୍ତୁ।
ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଫଳତା ପ୍ରାପ୍ତି ହେବ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ବିବାଦରେ ପଡ଼ିପାରନ୍ତି। ଶତ୍ରୁଦ୍ବାରା ପରାସ୍ତ ହେବେ। ଶନିବାର ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।
Comments are closed.