ସାପ୍ତାହିକ ରାଶିଫଳ (୨୧/୧୧ରୁ ୨୭/୧୧/୨୦୨୧)

ମେ​ଷ :​‌  ରବିବାର ବିବାଦରେ ପଡ଼ିପାରନ୍ତି। ସୋମବାର ଓ ମଙ୍ଗଳବାର ଆର୍ଥିକ ଚିନ୍ତା ଦୂରୀଭୂତ ହେବ। ବୁଧବାର ଓ ଗୁରୁବାର ପାରିବାରିକ ଅଶାନ୍ତି ଦେଖାଦେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ତନ ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ : ରବିବାର ସଫଳତା ପାଇବେ। ସୋମବାର ଓ ମଙ୍ଗଳବାର ସାବଧାନତା ଅବଲମ୍ବନ କରନ୍ତୁ। ବୁଧବାର ଓ ଗୁରୁବାର ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ମଧ୍ୟମ ଫଳ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ମନ୍ତ୍ର ଜପ କରନ୍ତୁ।

ମିଥୁନ : ରବିବାର ଶତ୍ରୁଦ୍ବାରା ପରାସ୍ତ ହେବେ। ସୋମବାର ଓ ମଙ୍ଗଳବାର ଆର୍ଥିକ ଚିନ୍ତା ଦୂର ହେବ। ବୁଧବାର ଓ ଗୁରୁବାର ପ୍ରଗତିରେ ପଥରୋଧ ହେବ। ଶୁକ୍ରବାର ଓ ଶନିବାର ସମୟ ଅନୁକୂଳ ରହିବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।

କର୍କଟ : ରବିବାର ଜମିବାଡ଼ି ସମସ୍ୟା ଦୂର ହେବ। ସୋମବାର ଓ ମଙ୍ଗଳବାର ଅଣ୍ଟାରେ ଯନ୍ତ୍ରଣା ଦେଖାଦେବ। ବୁଧବାର ଓ ଗୁରୁବାର ପ୍ରତିଷ୍ଠାଯୁକ୍ତ ହେବେ। ଶୁକ୍ରବାର ଓ ଶନିବାର ପାରିବାରିକ ଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଷ୍ଟକ ପାଠ କରନ୍ତୁ।

ସିଂହ :  ରବିବାର ଜଗିରଖି ଚଳିବେ। ସୋମବାର ଓ ମଙ୍ଗଳବାର ତୀର୍ଥଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ବନ୍ଧୁଙ୍କ ଆଗମନ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଭଟ୍ଟାରିକାଷ୍ଟକ ପାଠ କରନ୍ତୁ।

କନ୍ୟା : ରବିବାର ସନ୍ତାନହେତୁକ ସମସ୍ୟା ଦୂର ହେବ। ସୋମବାର ଓ ମଙ୍ଗଳବାର ଅପବାଦରେ ସମ୍ମୁଖୀନ ହେବେ। ବୁଧବାର ଓ ଗୁରୁବାର ଜମି କ୍ରୟ କରିପାରନ୍ତି। ଶୁକ୍ରବାର ଓ ଶନିବାର ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ରଜପ କରନ୍ତୁ।

ତୁଳା : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମଅନୁସାରେ ଫଳ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ବାକ୍‌ ସଂଯମତା ରକ୍ଷା କରନ୍ତୁ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିପାରନ୍ତି। ପାରିବାରିକ ଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବସ୍ତୋତ୍ର ପାଠ କରନ୍ତୁ।

ବିଛା : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟ​‌େ​‌ର ପ୍ରତିଷ୍ଠା ପାଇବେ। ବୁଧବାର ଓ ଗୁୁରୁବାର ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ସୁସମ୍ବାଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।

ଧନୁ : ରବିବାର ଆଘାତ ପ୍ରାପ୍ତ ହେବ। ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ସୁସମ୍ବାଦ ପ୍ରାପ୍ତ ହେବ। ଆୟ ମଧ୍ୟମ ହେବ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଯଶ, ମାନ ଓ ଗୌରବ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାସ୍ତୋତ୍ର ପାଠ କରନ୍ତୁ।

ମକର : ରବିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ସୋମବାର ଓ ମଙ୍ଗଳବାର ପ୍ରତିକୂଳ ପରିସ୍ଥିତି ନେଇ ଗତି କରିବେ। ବୁଧବାର ଓ ଗୁରୁବାର କୃଷିଜାତ ଦ୍ରବ୍ୟର ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଆୟ ମଧ୍ୟମ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।

କୁମ୍ଭ :  ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ଶୁକ୍ରବାର ଓ ଶନିବାର ଯଶ, ମାନ ଓ ଗୌରବ ପ୍ରାପ୍ତ ହେବ। ଆୟ ମଧ୍ୟମ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମୀନ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମ୍ମାନିତ ହେବେ। ବୁଧବାର ଓ ଗୁରୁବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଶୁକ୍ରବାର ଓ ଶନିବାର କାର୍ଯ୍ୟରେ ବାଧା ସୃଷ୍ଟି ହେବ। ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନକାରୀ ସ୍କନ୍ଦ କବଚ ପାଠ କରନ୍ତୁ। 

Comments are closed.