www.samajalive.in
Monday, December 8, 2025
16.1 C
Bhubaneswar

ବୁଧବାର ରାଶିଫଳ ୧୫। ୦୪। ୨୦୨୦

ମେଷ: ଶ୍ରମ ସାର୍ଥକ ହେବ। କାର୍ଯ୍ୟରେ ସଫଳତା ମିଳିବ। ସୁଖ-ସମ୍ଭୋଗ କରିପାରନ୍ତି। ଚିନ୍ତା ଦୂର ହେବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ପାରିବାରିକ ସୁଖ ମିଳିବ। ସରକାରୀ ଧନ ମିଳିପାରେ। ଗୁଣଜ୍ଞ ହେବେ।
ବୃଷ: ଧୀରେସୁସ୍ଥେ କାର୍ୟ୍ୟରେ ଆଗେଇବେ। ଧନବାନ୍‌ ହୋଇପାରନ୍ତି। ମହିଳାମାନଙ୍କ କାର୍ଯ୍ୟରେ ସହାୟତା କରିବେ। ଧର୍ମକ୍ରିୟାରତ ହେବେ। ମନୋଜ୍ଞ ହୋଇପାରନ୍ତି। ପରାମର୍ଶଦାତା ହେବେ। ସକଳ ଶାସ୍ତ୍ରଜ୍ଞାତା ଓ ଦେବଦ୍ବିଜ ପରାୟଣ ହେବେ।
ମିଥୁନ: ସଙ୍ଗୀତ ପ୍ରତି ଆଗ୍ରହୀ ହେବେ। କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଶ୍ରେଷ୍ଠ କର୍ମରେ ନିୟୋଜିତ ହେବେ। ସରକାରୀ ମାନ୍ୟତା ମିଳିବ।
କର୍କଟ: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରୀତି ଲାଭ ହୋଇପାରେ। କାର୍ଯ୍ୟରେ ଉନ୍ନତି ଘଟିବ। ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ବଭାବ ସମ୍ପନ୍ନ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ; ପତ୍ନୀଙ୍କର ସ୍ବାସ୍ଥ୍ୟ ହାନିର ଆଶଙ୍କା ଅଛି।
ସିଂହ: ଘାତଚନ୍ଦ୍ର ଭୋଗ ହେତୁ, ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ । ଅଜାତଶତ୍ରୁ ହେବେ। ଭାଗ୍ୟବାନ୍‌ ହୋଇପାରନ୍ତି। ସମ୍ମାନିତ ହେବେ। ଧନଯୁକ୍ତ ଓ ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହେବେ।
କନ୍ୟା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ, ଯାହାକି ଆପଣ ହାତକୁ ନେଇଛନ୍ତି ସେଥିରେ କୃତକାର୍ୟ୍ୟ ହେବେ; ମାତ୍ର ଏହା ବିଳମ୍ବିତ ହୋଇପାରେ। ବହୁ ଧନ ସହିତ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। କନ୍ୟା ଦ୍ବାରା ଉପକୃତ ହେବେ। ସୁଗୁଣଯୁକ୍ତ, ଧନୀ, ସତ୍ୟବାଦୀ ପୁତ୍ରାଦିଯୁକ୍ତ ହେବେ।
ତୁଳା: ନିଜେ କଳହମୁକ୍ତ ହେବା ପାଇଁ ଚେଷ୍ଟା କରିବେ। କର୍ମତତ୍ପରତା ପ୍ରକାଶ ପାଇବ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ଶତ୍ରୁ ଦମନ କରିପାରନ୍ତି। ଧନଭୋଗର ସୂଚନା ମିୁଳୁଛି। ଐଶ୍ବର୍ୟ୍ୟଯୁକ୍ତ ଓ ତେଜୀୟାନ୍‌ ହେବେ।
ବିଛା: ସମ୍ମାନିତ ହେବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଆଶା ଫଳବତୀ ହେବ। ବନ୍ଧୁ ମିଳନ ଘଟିପାରେ। ଧନ ଲାଭର ସୂଚନା ମିଳୁଛି। ଶତ୍ରୁ ପରାଜିତ ହେବ। ଧନଲାଭ ହୋଇପାରେ। ସ୍ବାସ୍ଥ୍ୟ ଅତୁଟ ରହିବ।
ଧନୁ: ଗୁରୁ ଓ ଗୁରୁଜନଙ୍କ କଲ୍ୟାଣଭାଜନ ହେବେ। ଆଳସ୍ୟ ଅନୁଭବ କରିପାରନ୍ତି। ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନର ଅଧିକାରୀ ହେବେ। ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହୋଇପାରନ୍ତି। ମିତ୍ରଙ୍କ ସାନ୍ନିଧ୍ୟ ମିଳିବ, ଧନଶାଳୀ ହେବେ।
ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ନବବସ୍ତ୍ର ପରିଧାନ କରିପାରନ୍ତି। ଆୟର ଦ୍ବାର ଆପଣଙ୍କ ପାଇଁ ଉନ୍ମୁକ୍ତ ରହିଛି। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଚତୁର ହେବେ।
କୁମ୍ଭ: ଆୟ ଆଶାନୁରୂପ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ସର୍ବତ୍ର ଶୁଭ ଆଶା କରାଯାଏ। ସତ୍ୟବାଦୀ, ପଣ୍ଡିତ ଓ ପ୍ରବାସୀ ହୋଇପାରନ୍ତି। ପିତୃଭକ୍ତ ହେବେ।
ମୀନ: ଭାଗ୍ୟଶାଳୀ ହେବେ। ଉଚ୍ଚଆଶା ଫଳବତୀ ହେବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ପାରିବାରିକ ସୁଖ ଅବ୍ୟାହତ ରହିବ। କର୍ମବୀର ଓ ଉଦାର ଚରିତ୍ରଯୁକ୍ତ ହେବେ। ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories