ବୁଧବାର ରାଶିଫଳ ୨୪.୦୫.୨୦୨୩

ମେଷ: ବ୍ରାହ୍ମଣମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। କେହି ବିପଦଗ୍ରସ୍ତ ହୋଇ ଅଧିର ହେଲେ ଆପଣ ବୋଧକାରୀ ହେବେ। ରାଜପୂଜା ମିଳିବ।
ବୃଷ: କୃଷି କର୍ମ ଧନାଗମର କାରଣ ହୋଇପାରେ। ସତ୍‌କର୍ମରେ ନିୟୋଜିତ ହୋଇ ଧନ ଅର୍ଜନ କରିବେ। ଚତୁଷ୍ପଦ ପ୍ରାଣୀଙ୍କ ଦ୍ବାରା ଧନ ବୃଦ୍ଧି ହେବ। ସୁବର୍ଣ୍ଣ, ରୌପ୍ୟ, ମଣିମୁକ୍ତା ଲାଭର ସୂଚନା ମିଳୁଛି।
ମିଥୁନ: ବିନୟୀ ଭାବ ସମ୍ପନ୍ନ ହେବେ। ପ୍ରୀତିଜନକ ହୋଇପାରନ୍ତି। ମନୋହର ହାସ୍ୟ ମୁଖ ବିଶିଷ୍ଟ ହେବେ। ଗୀତି ପ୍ରିୟ ହେବେ। ବଦାନ୍ୟ ଓ ଲୋକପୂଜ୍ୟ ହେବେ। ରାଜମନ୍ତ୍ରୀ ଓ ସୁଖୀ ହେବେ। ମା’ଙ୍କ ଉପରେ ବିପଦ ଅଛି।
କର୍କଟ: ଦ୍ବିଜ ଓ ଦେବ କାର୍ଯ୍ୟରେ ଧନ ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ। ଯଜ୍ଞାଦି ପୁଣ୍ୟକର୍ମ ଓ ଧର୍ମକ୍ରିୟାରେ ମନୋନିବେଶ କରିପାରନ୍ତି। ସତ୍‌କର୍ମରେ ଧନ ବ୍ୟୟ କରି ସାଧୁମାନଙ୍କ ଦ୍ବାରା ପ୍ରଶଂସିତ ହେବେ।
ସିଂହ: ନିନ୍ଦା ମିଳୁ ଅଥବା ପ୍ରଶଂସା ମିଳୁ; ପ୍ରତ୍ୟେକ କାର୍ଯ୍ୟକୁ ଆଦରି ନେଇ ସେଥିରୁ ଉପାର୍ଜନ କରିପାରନ୍ତି। ପୁଣ୍ୟ କର୍ମରେ ନିୟୋଜିତ ହେଉଥିବାରୁ ବିଦେଶ ସ୍ତରରୁ ପ୍ରଶଂସା, ସମ୍ମାନ ଓ ଧନଲାଭ କରିବେ।
କନ୍ୟା: ଅପକର୍ମର ବିରୁଦ୍ଧାଚରଣ କରିପାରନ୍ତି। ଯାଶକ ପନ୍ଥୀ କର୍ମଚାରୀମାନଙ୍କ ସମର୍ଥକ ହେବେ। ସାମାନ୍ୟ କଥାବାର୍ତ୍ତା ଓ ଚାଲିଚଳନରୁ ଲୋକଙ୍କୁ ଚିହ୍ନି ଉପଯୁକ୍ତ ବ୍ୟବହାର କରିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ।
ତୁଳା: ଧର୍ମକାରୀ ହୋଇପାରନ୍ତି। ଦେବ ବ୍ରାହ୍ମଣଙ୍କ ସେବାରେ ସ୍ବଇଚ୍ଛାରେ ନିୟୋଜିତ ହୋଇ ଆତ୍ମସନ୍ତୋଷ ଲାଭ କରିବେ। ଜନାନୁରାଗୀ ହେବା ଆଶା କରାଯାଏ। ଜଣେ ଅଦ୍ଭୁତ କର୍ମୀ ଭାବେ ଖ୍ୟାତି ଅର୍ଜନ କରିବେ।
ବିଛା: ପ୍ରସନ୍ନ ମୂର୍ତ୍ତିସମ୍ପନ୍ନ ହେବେ। ରାଜସମ୍ମାନସ୍ପଦ ହେବାର ସୂଚନା ମିଳୁଛି। ଶଙ୍କାହୀନଭାବେ ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ନିଜ କର୍ମ ପାଇଁ ବେଳେବେଳେ ଗର୍ବ ଅନୁଭବ କରିବେ। ସତ୍ୟନିଷ୍ଠ ହେବେ।
ଧନୁ: ମତିମାନ୍‌ ହେବାର ସୂଚନା ମିଳୁଛି। ଦୃଢ଼ ପୌରୁଷର ଅଧିକାରୀ ହେବେ। ସଦାସର୍ବଦା ଅନ୍ୟାୟର ବିରୋଧୀ ହେବେ। ପ୍ରଦତ୍ତ କର୍ମକୁ ସୁଚାରୁରୂପେ ସମ୍ପାଦନ କରିବେ। ସୁଖର ଅଧିକାରୀ ହେବେ।
ମକର: ଧନ ଅର୍ଜନ ପାଇଁ ମିତ୍ର ଲୋକଙ୍କ ସହିତ ଶତ୍ରୁତା ଆଚରଣ କରିବାକୁ ପଶ୍ଚାତ୍‌ପଦ ହେବେ ନାହିଁ। ପର ମୁହୂର୍ତ୍ତରେ ମନ ସ୍ଥିର କରି ଅନୁତପ୍ତ ହୋଇପାରନ୍ତି। ସତ୍‌କର୍ମ ପାଇଁ ପ୍ରେରଣା ପାଇ ଧର୍ମଧ୍ବଜାଧାରୀ ହେବେ।
କୁମ୍ଭ: ସମର୍ଥନକାରୀ ଓ ସ୍ନେହାସ୍ପଦମାନେ ସ୍ଥିରମନା ହୋଇପାରନ୍ତି। ପୁତ୍ର ବା ପୁତ୍ରବତ୍‌ ବ୍ୟକ୍ତିବିଶେଷ ସଦାସର୍ବଦା ସଚେଷ୍ଟ ରହି ଶକ୍ତିଯୁକ୍ତ ହେବେ। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ସ୍ବାଭିମାନୀ ହେବେ।
ମୀନ: ଜଳଦାନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଧନ୍ୟବାଦାର୍ହ ହୋଇପାରନ୍ତି। ଦେବଦେବୀଙ୍କ ଆଶ୍ରିତ ହୋଇପାରନ୍ତି। ବସ୍ତ୍ରାଦି ବ୍ୟବସାୟିକ କାରବାର କରି ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି।

Comments are closed.