ବୁଧବାର ରାଶିଫଳ ୨୨.୦୩.୨୦୨୩

ମେଷ: ରାଜଯୋଗ ଅଛି। ମହନୀୟ ଶ୍ରେଷ୍ଠ ପଦପଦବୀରେ ମଣ୍ଡିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ପାଇଁ ଗିରିରାଜଙ୍କ ଆମନ୍ତ୍ରଣ ରକ୍ଷା କରିବାକୁ ପଡ଼ିବ। ଦାନାର୍ଥେ ବ୍ୟୟ ଅଧିକ ହେବ।
ବୃଷ: ଆୟୁଷ୍ମାନ୍‌ ହେବେ। ଚଞ୍ଚଳମନା ହେବେ। ଚଞ୍ଚଳ ମନର ନିଗ୍ରହ କଠିନ; କିନ୍ତୁ ଅସମ୍ଭବ ନୁହେଁ। ଅର୍ଥାଗମ ମାତ୍ରାଧିକ ହେବ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। କରିତ୍‌କର୍ମା ହେବେ।
ମିଥୁନ: ମନରେ ଧ୍ୟାନଦୀପ ଜଳାଇ ଭବିଷ୍ୟତ ଜୀବନକାଳକୁ ଆଲୋକିତ କରିବେ। ପ୍ରଜ୍ଞାଦୀପ୍ତ ଗାବାପନ୍ନ ଯୋଗଁୁ ଆପଣ ସାଧାରଣ ନୁହନ୍ତି, ଅସାଧାରଣ, ଯାହା ଆଦର୍ଶର ଶାଣିତ୍ୟର ସତ୍ୟ। ଦୟାର୍ଦ୍ରଚିତ ହେବେ।
କର୍କଟ: ଭାଗ୍ୟଚକ୍ରରେ ଘୂରି ଘୂରି ଆପଣ ପ୍ରଭୁପାଦ ଦର୍ଶନ ପୂର୍ବକ ସୁଖସମୃଦ୍ଧିପୂର୍ଣ୍ଣ ହେବେ। ମହିୟସୀ ମହିଳାଙ୍କୁ ପତ୍ନୀ ଭାବରେ ପାଇ ସାଂସାରିକ ଜୀବନକୁ ଧନ୍ୟ କରିପାରନ୍ତି। ଉଦ୍ୟୋଗୀ ହେବେ।
ସିଂହ: ସେବା ଭାବନାର ଅଗ୍ରଗଣ୍ୟ ସାରଥୀ ହେବେ। ଘାତ ପ୍ରତିଘାତକୁ ମୁଣ୍ଡ ପାତି ସହିନେବେ। ନିଷ୍ଠାର ପରାକାଷ୍ଠା ଯୋଗଁୁ ସମ୍ମାନିତ ହେବେ। ସମାଲୋଚକଙ୍କୁ ସାଧୁବାଦ ଦେବାବେଳକୁ ସେମାନେ ପଦାନତ ହେବେ।
କନ୍ୟା: ପବିତ୍ର ଭାବନାରେ ବଶ ହୋଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ସମାଜସେବାରେ ଆଗ୍ରହ ଆପଣଙ୍କୁ ମହାନ୍‌ କରିପାରେ। ଶାନ୍ତ ମନରେ ଧୈର୍ଯ୍ୟଧରି କାର୍ଯ୍ୟ କରିବେ।
ତୁଳା: ଆଧ୍ୟାତ୍ମ ହେଉଛି ଜୀବନର ରକ୍ଷା କବଚ। ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସାଧନ କରିବେ। ଭ୍ରାତୃଭାବ ଅତୁଟ ରଖିବେ। ଚାକିରି କ୍ଷେତ୍ରରେ ଉପଭୋକ୍ତାଙ୍କ ଶ୍ରଦ୍ଧାଭାଜନ ହେବେ।
ବିଛା: ଈଶ୍ବର କୃପା ବିନୁ ଗୁରୁ ଜ୍ଞାନ ନାହିଁ। ଏହି ଗୁରୁ ବାଣୀ ଆପଣଙ୍କୁ କର୍ମତତ୍ପର କରିବ। ଆକସ୍ମିକ ଐଶୀ କୃପାରୁ ଅର୍ଥ ଲାଭ ହେବ। ବ୍ୟବସାୟର ନିକିତି ସମତୁଲ୍ୟ କରି ବିକାଶନ୍ମୁମୁଖ ହେବେ।
ଧନୁ: ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆପଣଙ୍କ ଦ୍ବାରା ସୃଷ୍ଟ ମହନୀୟ ପୁନର୍ବିନ୍ୟାସ କାର୍ଯ୍ୟରେ ଜନସାଧାରଣଙ୍କୁ ଅନୁପ୍ରାଣିତ କରି ବହୁ ଜୀବନ ଓ ଅଙ୍ଗ, ପ୍ରତ୍ୟଙ୍ଗ ରକ୍ଷାର କବଚ ହୋଇପାରନ୍ତି।
ମକର: ଧର୍ମକୁ ଜୀବନର ଆଧାର କରିପାରନ୍ତି। ସଙ୍କଳ୍ପ ଓ ସମର୍ପଣ ଭାବ ହିଁ ଆପଣଙ୍କୁ ଶୀର୍ଷାସନ ଦେବ। ସତ୍ୟ, ନ୍ୟାୟ, ଧର୍ମ, ପରୋପକାର, ନୀତିନିଷ୍ଠ ଭାବ ସମ୍ପନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।
କୁମ୍ଭ: ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରି ଲୋକଙ୍କ ଓ ଅନୁଷ୍ଠାନର ଆସ୍ଥାଭାଜନ ଅଛନ୍ତି। ସଂକଳ୍ପବାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ନମ୍ରତା ନୀତିନିଷ୍ଠ, ଉଦାହରଣ, ସକ୍ରିୟତା ଓ ବୁଦ୍ଧିମତା ଜୀବନକୁ ସାଫଲ୍ୟ ମଣ୍ଡିତ କରିବ।
ମୀନ: ଜନ୍ମବାସର ଆୟ, ଶ୍ରଦ୍ଧା ଭାବର ହେବ। ସୁସ୍ବାଦୁ ଭୋଜନରେ ନିଜେ ଓ ଶ୍ରଦ୍ଧାଭାଜନ ବ୍ୟକ୍ତି ବିଶେଷଙ୍କୁ ଆପ୍ୟାୟିତ କରିପାରନ୍ତି। ଉଲ୍ଲେଖୀନୟ ସଫଳତା ହାସଲ କରି ଜୀବନକୁ ଧନ୍ୟ କରିପାରନ୍ତି।

Comments are closed.