www.samajalive.in
Tuesday, December 9, 2025
15.1 C
Bhubaneswar

ଓଡ଼ିଆ ଲେଖକୀୟ ଆଳାପ ପର୍ବର ଗଣକବି ବୈଷ୍ଣବ ପାଣିଙ୍କ ସମ୍ପର୍କରେ ରାଜ୍ୟସ୍ତରୀୟ ୱେବିନାର

ପବିତ୍ର କୁମାର ପୂର୍ଣ୍ଣିମା ହେଉଛି ଗଣକବି ବୈଷ୍ଣବ ପାଣିଙ୍କ ଜନ୍ମତିଥି। ତାଙ୍କର ୧୩୯ତମ ଜୟନ୍ତୀ ଉପଲକ୍ଷେ ଓଡ଼ିଆ ଲେଖକୀୟ ଆଳାପ ପର୍ବ ପକ୍ଷରୁ ଏକ ରାଜ୍ୟସ୍ଥରୀୟ ୱେବିନାର ଆୟୋଜିତ ହୋଇଯାଇଛି। ‘ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟର ସମାଜ ଚେତନା’ ଶୀର୍ଷକ ଗବେଷଣା ଲବଧ ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ ପାଣି ସାହିତ୍ୟ ଗବେଷକ ଟାଙ୍ଗିସ୍ଥିତ ଡ୍ରିମସ କଲେଜର ଅଧ୍ୟାପକ ଡଃ ଅଜିତ କୁମାର ମହାପାତ୍ର। ଗଣକବି ଗୀତିନାଟ୍ୟରେ ପ୍ରତିଫଳିତ ସମାଜର ନିମ୍ନବର୍ଗର ଚରିତ୍ର, ତତ୍କାଳୀନ ସାମାଜିକ ସମସ୍ୟା ସମ୍ବନ୍ଧରେ ସେ ବିଶେଷ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସାହିତ୍ୟ ସମାଲୋଚକ ପ୍ରାଧ୍ୟାପକ ଡଃ ଭୁବନାନନ୍ଦ ସାହୁ ଗଣକବିଙ୍କ ଜୀବନ ଓ ସାଧନାର ପରିଚୟ ପ୍ରଦାନ କରିଥିଲେ।

ଏହି ୱେବିନାରକୁ ସଂଯୋଜନା କରିଥିଲେ ନାଟ୍ୟକାର ଭାବଗ୍ରାହୀ ଦାଶ। ପରିଶେଷରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପକ ସତ୍ୟବ୍ରତ ବେହୁରା। ମନୋଜ କୁମାର ଦାଶ, ନଗେନ୍ଦ୍ର କୁମାର ରାଉତ, ବିଷ୍ଣୁ ଚରଣ ମିଶ୍ର, ଚିତ୍ତରଞ୍ଜନ ପଣ୍ଡା, ଦୀନବନ୍ଧୁ ପୋଇ, ବିପିନ ବିହାରୀ ବାରିକ, ଡଃ ସୁଷମାରାଣୀ କର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

- Advertisement -

ଅଧ୍ୟାପକ ଅଶୋକ କୁମାର ବାରିକ, ଶିକ୍ଷାବିତ ଅକ୍ଷୟ କୁମାର ଷଡ଼ଙ୍ଗୀ, ସାମ୍ବାଦିକ ଅକ୍ଷୟ କୁମାର ଦାଶ, ଶ୍ରୀମତୀ ଅଞ୍ଜନା ମହାପାତ୍ର, ଲେଖିକା ଗୋଲାପ ନନ୍ଦ, ଡଃ ବାଇଧର ନାୟକ, ଡଃ ସୁଶାନ୍ତ କୁମାର ପଣ୍ଡା, ଡଃ କ୍ଷିତୀଶ କୁମାର ଭୂୟାଁ, ଡଃ ତରୁଲତା ଦେବୀ, କବି ରାଜକିଶୋର ମିଶ୍ର, ଡଃ ଏକାଦଶୀ ପ୍ରଧାନ, ଶଶିକାନ୍ତ ପଣ୍ଡା, ଅଧ୍ୟାପିକା ଦେବୀକାରାଣୀ ବେହେରା, ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, କବି ସତ୍ୟପ୍ରକାଶ କର, ପ୍ରଣତି ମହାପାତ୍ର, ଅଧ୍ୟାପିକା ମନୀଷାକାନ୍ତି ଜେନା, କବି ମାନସ ଦାଶ, ଅଧ୍ୟାପିକା ପୁଷ୍ପଲତା ବେହେରା, ସୁଶାନ୍ତ କୁମାର ମାହାଳି, ସରୋଜ କୁମାର ମହାନ୍ତି, ସରୋଜ କୁମାର ସାମଲ, ଅର୍ପିତା ବିଶ୍ୱାଳ, ଅଶ୍ୱିନୀ କୁମାର ସାମଲ, କୈଳାଶ ବେହେରା, କବି କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଷାଠିଏରୁ ଅଧିକ ରାଜ୍ୟ ଓ ରାଜ୍ୟ ବାହାରୁ ଛାତ୍ର, ଗବେଷକ, ଅଧ୍ୟାପକ, ସାହିତ୍ୟିକ ତଥା ବୁଦ୍ଧିଜୀବୀ ଏଥିରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଭୂପେନ ଚାଟାର୍ଜୀ ଓ ଅରୁଣ କୁମାର ବାରିକ।

https://youtu.be/6JQ0-YLqACU

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories