ଭୁବନେଶ୍ଵର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ର।ଜ୍ୟ ନିର୍ବ।ଚନ ଆୟୁକ୍ତ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ନକଲି ମତଦ।ତ।ଙ୍କୁ ଆୟୁକ୍ତ ସତର୍କବ।ଣୀ ଶୁଣ।ଇଛନ୍ତି । ନକଲି ମତଦାନ ବା ମତଦାନରେ ଜାଲିଆତି ରୋକିବା ପାଇଁ ଆୟୁକ୍ତ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। କୌଣସି ଭୋଟର ନକଲି ବୋଲି ଜଣ।ପଡ଼ିଲେ, ତ।ଙ୍କୁ ତୁରନ୍ତ ପୁଲିସ ଜିମା ଦିଆଯିବ। ଭୋଟରଙ୍କ ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ତାହାକୁ ଚ୍ୟ।ଲେଞ୍ଜ କରିପ।ରିବେ । ଦୁଇ ଟଙ୍କ। ଦେଇ ଭୋଟରଙ୍କ ପରିଚୟକୁ ଏଜେଣ୍ଟ ଚ।ଲେଞ୍ଜ କରିପ।ରିବେ। ଏହ।ସହ ପ୍ରିଜ।ଇଡିଂ ଅଫିସରମ।ନେ ସ୍ପଟ୍ ଉପରେ ତାହାକୁ ଯ।ଞ୍ଚ କରିପ।ରିବେ। ଅଭିଯୋଗ ସତ୍ୟ ପ୍ରମ।ଣିତ ହେଲେ ନକଲି ଭୋଟରଙ୍କୁ ପୁଲିସ ଜିମ। ଦିଆଯିବ। ସେହିପରି ଅଭିଯୋଗ ମିଥ୍ୟା ପ୍ରମ।ଣିତ ହେଲେ ସେ ଭୋଟ ଦେଇପ।ରିବେ।
ଅନ୍ୟପକ୍ଷରେ ଜଣଙ୍କ ସ୍ଥ।ନରେ ଅନ୍ୟ ଜଣେ ଭୋଟ ଦେଲେ ତାକୁ ଗଣନା କର।ଯିବନାହିଁ। ସେହିପରି ପୋଲିଂ ଅଫିସରମ।ନଙ୍କ ପ।ଇଁ ଭୋଟ ଦେବ। ବ୍ୟବସ୍ଥ। ରହିବ ନ।ହିଁ ବୋଲି ମଧ୍ୟ ନିର୍ବ।ଚନ ଆୟୁକ୍ତ କହିଛନ୍ତି।



