www.samajalive.in
Sunday, December 7, 2025
14.1 C
Bhubaneswar

ୱାହିଦା ରେହମାନ ପାଇବେ ଦାଦାସାହେବ ଫାଲକେ ପୁରସ୍କାର-୨୦୨୩

ମୁମ୍ବଇ: ବଲିଉଡ଼ର ବର୍ଷିୟାନ୍ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଚଳିତ ବର୍ଷର ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର। ଏନେଇ ମଙ୍ଗଳବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି।


ଅନୁରାଗ ଠାକୁର କହିଛନ୍ତି, ‘‘ଭାରତୀୟ ସିନେମାକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଚଳିତ ବର୍ଷ ବର୍ଷିୟାନ୍ ଅଭିନେତ୍ରୀ ୱାହିଦା ରେହମାନ ଦାଦାସାହେବ ଫାଲକେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି।’’ ଏଠାରେ ଉଲ୍ଲେଖଯୋଗ୍ୟ, ଦାଦାସାହେବ ଫାଲକେ ଭାରତୀୟ ସିନେଜଗତର ସର୍ବୋଚ୍ଚ ସମ୍ମାନ।

- Advertisement -

ୱାହିଦା ରେହମାନ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପ୍ରତିଷ୍ଠିତ କଳାକାର ଭାବେ ପରିଚିତ। ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ରୋଜୁଲୁ ମରାଇ’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ରରେ ତାଙ୍କର ଦମ୍‌ଦାର ଅଭିନୟ ଦ୍ବାରା ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ୱାହିଦା ‘ଗାଇଡ୍’, ‘ପ୍ୟାସା’, ‘କାଗଜ୍ କେ ଫୁଲ୍‌’ ଏବଂ ‘ଚୌଦଭିଁ କା ଚାନ୍ଦ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ୱାହିଦା ରେହମାନଙ୍କୁ ତାଙ୍କର ଚମତ୍କାର ଅଭିନୟ ଏବଂ ସିନେଜଗତକୁ ଅତୁଳନୀୟ ଅବଦାନ ପାଇଁ ଅନେକ ସମ୍ମାନ ପ୍ରଦାନ କରାଯାଇଛି। ୮୫ ବର୍ଷିୟ ୱାହିଦାଙ୍କୁ ୧୯୭୨ ମସିହାରେ ପଦ୍ମଶ୍ରୀ ଓ ୨୦୧୧ରେ ପଦ୍ମଭୂଷଣରେ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ୧୯୯୪ରେ ତାଙ୍କୁ ଫିଲ୍ମ ଫେୟାର ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା। ୨୦୦୧ରେ IIFA ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ଼ରେ ସମ୍ମାନିତ ହୋଇଥିଲେ ୱାହିଦା ରେହମାନ।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories