ଗୁଣପୁର:ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବରଙ୍କ ବିରୋଧରେ ଅନାସ୍ଥା ଭୋଟିଂ ସରିଛି କିନ୍ତୁ ହାଇକୋର୍ଟଙ୍କ ବାରଣ ପାଇଁ ଫଳା ଫଳ ଘୋଷଣା ହୋଇ ପାରିନାହିଁ । ଗତ ପଂଚାୟତ ନିର୍ବାଚନରେ କର୍ଲାଘାଟି ପଂଚାୟତରୁ ସମିତି ସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜେଡ଼ି ସମର୍ଥନରେ ଗୁଡ଼ାରୀ ବ୍ଲକର ଅଧକ୍ଷ୍ୟା ଭାବେ ନିର୍ବାଚିତ ହୋଇଥିଲେ ଲକ୍ଷ୍ମୀ ଶବର । ତେବେ କିଛି ମାସ ତଳେ ପରବର୍ତ୍ତି ମୁହୂର୍ତ୍ତରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ଗୁରୁବାର ଅନାସ୍ଥା ଭୋଟିଂର ସମୁଖୀନ ହୋଇଛନ୍ତି ବ୍ଲକ ଅଧକ୍ଷା । ଗୁଡ଼ାରୀ ବ୍ଲକ ଅଫିସ ପରିସରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅନାସ୍ଥା ଭୋଟିଂ ସରିଛି । ଏହି ବ୍ଲକର ୯ ଟି ପଂଚାୟତରେ ୧୮ ଜଣ ସରପଂଚ ଓ ସମିତି ସଭ୍ୟ ରହିଛନ୍ତି । ତେବେ ପଂଚାୟତ ସମିତିର ୧୬ ଜଣ ସରପଂଚ ଓ ସମିତି ସଭ୍ୟ ଅନାସ୍ଥା ଭୋଟରେ ଅଂଶ ଗ୍ରହଣ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସରିଛି କିନ୍ତୁ ଫଳାଫଳ ଘୋଷଣା ନ କରିବା ପାଇଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀ ଶବର ହାଇକୋର୍ଟରୁ ରହିତାଦେଶ ଆଣିଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ଫଳରେ ଅଧକ୍ଷ୍ୟାଙ୍କ ସପକ୍ଷ ଓ ବିପକ୍ଷରେ କେତେ ଭୋଟ ପଡିଛି ତାହା ଅସ୍ପଷ୍ଟ ହୋଇ ରହିଯାଇଛି । ପରବର୍ତୀ ରାୟ ପର୍ଯନ୍ତ ନିର୍ବାଚନ ଫଳାଫଳ ଘୋଷଣା ହୋଇପାରିବ ନାହି ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ ଅଧିକାରୀ ତଥା ଗୁଡ଼ାରୀ ତହସିଲଦାର ଏ. ସ୍ନେହଲତା । ସୂଚନା ଯୋଗ୍ୟ ଯେ, ଗୁଡ଼ାରୀ ବ୍ଲକ ଅଧକ୍ଷ୍ୟାଙ୍କ ମନମୁଖୀ ଶାସନ ପ୍ରତିବାଦରେ ଗତ କିଛି ମାସ ତଳେ ବ୍ଲକର ଜନ ପ୍ରତିନିଧି ମାନେ ବ୍ଲକ ଅଧକ୍ଷ୍ୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଗତ ପାଇଁ ଗୁଣପୁର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ।
Popular Categories



