www.samajalive.in
Sunday, December 7, 2025
26.1 C
Bhubaneswar

‘ବିକ୍ରମ’ ସୁରକ୍ଷିତ, କୌଣସି ଅଂଶ ଭାଙ୍ଗିନି: ଇସ୍ରୋ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’କୁ ଠାବ କରାଯିବା ପରେ ତାହାର ସ୍ଥିତି ବିଷୟରେ ଜଣାପଡ଼ିଛି। ବିକ୍ରମ ହାର୍ଡ ଲାଣ୍ଡିଂ କରିବା ପରେ ତାହା ସୁରକ୍ଷିତ ରହିଛି। ବିକ୍ରମର କୌଣସି ଅଂଶ ଭାଙ୍ଗିନାହିଁ ବୋଲି ଇସ୍ରୋ ସୋମବାର ସୂଚନା ଦେଇଛି। ବିକ୍ରମ ଗୋଟିଏ ପଟକୁ ଢଳି ରହିଛି। ତା’ ସହିତ ଯୋଗାଯୋଗ କରାଯିବାକୁ ଉଦ୍ୟମ ଚାଲିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ବିକ୍ରମର ଜୀବନ କାଳ ୧୪ ଦିନ ଯାଏ ରହିଛି। ଏହି ସମୟ ମଧ୍ୟରେ ବିକ୍ରମ ସହିତ ଯୋଗାଯୋଗ କରାଯିବାକୁ ଉଦ୍ୟମ ଚାଲିଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଏବଂ ଶନିବାର ମଧ୍ୟରାତ୍ରି ପରେ ଇସ୍ରୋ ପକ୍ଷରୁ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରାଯିବା ସମୟରେ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ବିକ୍ରମ ସହିତ ଇସ୍ରୋର ସମ୍ପର୍କ କଟିଯାଇଥିଲା। ଏହାପରେ ବିକ୍ରମର ସ୍ଥିତିକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଥିବାବେଳେ ରବିବାର ଅର୍ବିଟର ସଂଗ୍ରହ କରିଥିବା ଫଟୋରୁ ବିକ୍ରମକୁ ଠାବ କରାଯାଇ ପାରିଥିଲା।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories