www.samajalive.in
Tuesday, December 9, 2025
16.1 C
Bhubaneswar

ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ କୋଟିଏରୁ ଉର୍ଦ୍ଧ୍ବ ଆତ୍ମସାତ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ କର୍ମଚାରୀଙ୍କ ଟଙ୍କା ଜଣେ ଅଧିକାରୀ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୁଧବାର ଏହି ଅଭିଯୋଗ କରିଛନ୍ତି। ସେମାନେ ଏହି ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୦୧୦ ଆର୍ଥିକ ବର୍ଷ ଠାରୁ ୨୦୧୭ ଆର୍ଥିକ ବର୍ଷ ମଧ୍ୟରେ ଡାକ୍ତର ଭୋଳାନାଥ ବେହେରା, ଡା. ସାଚି ବାସୁ ଓ ଡା. ନବୀନ ମିଶ୍ର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ସେମାନେ କାର୍ଯ୍ୟରତ କର୍ମଚାରୀମାନଙ୍କ ଅଗ୍ରିମ ଟଙ୍କା ଦେବା ଆଳରେ ମିଥ୍ୟା ବିଲ ଓ ଭାଉଚର କରି ସରକାରୀ ତହବିଲରୁ ୧ କୋଟି ଟଙ୍କା ୨୨ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ତେବେ ଏ ସମ୍ବନ୍ଧରେ କେହି କାଣିଚାଏଁ ସୂଚନା ପାଇ ନ ଥିଲେ।  ଅଡିଟ ହେବା ପରେ ଏହି ତଥ୍ୟ ପ୍ରଘଟ ହୋଇଛି। ଏହାର ତଦନ୍ତ କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ କର୍ମଚାରୀ ମାନେ ଦାବି କରିଛନ୍ତି।

ଅନ୍ୟ ପଟରେ ଦୀର୍ଘ ୯ ବର୍ଷ ଧରି ଏହି ଅନିୟମିତତା ଚାଲିଥିବା ବେଳେ ଏବଷୟରେ କେହି କିଛି ଜାଣିପାରିଲେ ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି କରିଛି। ଏହି ଘଟଣାରେ ଅନେକ ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷ ସଂଶ୍ଲିଷ୍ଠ ଥିବାର ଅନୁମାନ କରାଯାଉଛି। ଏହା ସହ ଗୋ ପ୍ରଜଜନ ପାଇଁ ଦରକାର ହେଉଥିବା ତରଳ ଯବକ୍ଷାରଜାନ, ଗୋ ଖାଦ୍ୟ ଓ ଘାସ ଚାଷ ଆଦି ନାମରେ ଖର୍ଚ୍ଚ ହୋଇଥିବା ଟଙ୍କାର ମଧ୍ୟ ହିସାବ ନାହିଁ।

- Advertisement -

ସୂଚନାଯୋଗ୍ୟ, ୨୦୦୯ରୁ ୨୦୧୦ ଆର୍ଥିକ ବର୍ଷରୁ ଏହି ଅନିୟମିତତା ଆରମ୍ଭ ହୋଇଥିଲା। ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନକୁ କର୍ମଚାରୀ ଦେଇଥିବା ରସିଦ ଓ ବିଲ ଟ୍ରେଜେରୀକୁ ପଠା ନ ଯାଇ ଆକାଉଣ୍ଟସ ବିଭାଗରୁ ଏହି ବିଲ ଓ ରସିଦକୁ ଗାୟବ କରାଯାଇଛି। ୨୦୧୬-୨୦୧୭ରେ ୩୨ ଲକ୍ଷ ୮୮ ହଜାର ୯୭୫ ଟଙ୍କା, ୨୦୧୭-୨୦୧୮ ରେ ୯୦ ଲକ୍ଷ ଟଙ୍କାର ଅଗ୍ରିମ ଅର୍ଥ ଉଠାଣ ହୋଇଛି। ଏଥିରୁ କେବଳ ଘାସ ଚାଷ ପାଇଁ ୬୫ ଲକ୍ଷ ଟଙ୍କା ଅଗ୍ରିମ ନିଆଯାଇଥିବା କ୍ୟାସ ବୁକରେ ଲେଖାଯାଇଛି। ଏହି ଘାସ କେଉଁଠି ଓ କେତେ ପରିମାଣରେ ଲାଗିଛି ଏବଂ ଏହା ଦ୍ୱାରା କେତେ ଚାଷୀ ଉପକୃତ ହୋଇଛନ୍ତି, ତାହାର କୌଣସି ହିସାବ ନାହିଁ। ସେହିପରି କୃତ୍ରିମ ପ୍ରଜଜନ ହିମିକୃତ ତରଳ ଯବକ୍ଷାରଜାନ ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସମେତ ଜିଲାରେ ଭେଟନାରୀ ଡିସପେନସାରୀ, ମୁଖ୍ୟ କାର୍ଯ୍ୟାଳୟର ୨୪ ଜଣ କର୍ମଚାରୀ, ୧୦୧ ଲାଇଫ ଷ୍ଟକ ଆଡହକ କେନ୍ଦ୍ର, ୩ ଜଣ ଏସଡିଭିଓ ଏବଂ ୧୭ ଜଣଙ୍କ ବିଭିଓଙ୍କ ନାମରେ ଅଗ୍ରିମ ଟଙ୍କା ଉଠାଣ କରାଯାଇଛି। ଏଥିରୁ ଚତୁର୍ଥ ଶ୍ରେଣୀ ଓ ଡ୍ରାଇଭର ମଧ୍ୟ ବର୍ତ୍ତି ପାରି ନାହାନ୍ତି। ଡ୍ରାଇଭର ବିରେନ୍ଦ୍ର ପଣ୍ଡାଙ୍କ ନାମରେ ୫ ଲକ୍ଷ ୯୩ ହଜାର ଟଙ୍କା ଅଗ୍ରିମ ଉଠାଯାଇଥିବାର ଜଣାପଡିଛି। ନିୟମାନୁଯାୟୀ, ଫ୍ଲେକ୍ସି ଆକାଉଣ୍ଟରେ ଟଙ୍କା ରହିବାର ବ୍ୟବସ୍ଥା ରହିଥିବା ବେଳେ ସିଡିଭିଓଙ୍କର ସେଭିଂଗ ଆକାଉନ୍ଟରେ ଟଙ୍କା ରହିଥିବାରୁ ଏଭଳି ଟଙ୍କା ଆତ୍ମସାତ ହୋଇଥିବା ଅଡିଟ ରିପୋର୍ଟରୁ ଜଣାପଡିଛି। ତେବେ କିଛି କର୍ମଚାରୀଙ୍କ କହିବାନୁଯାୟୀ ଅଗ୍ରିମ ଅର୍ଥର ବିଲ ଓ ରସିଦ ପ୍ରଦାନ କରିଥିଲେ ସୁଦ୍ଧା କ୍ୟାସ ବୁକରେ ତାହାକୁ ଲେଖାଯାଇ ନାହିଁ। ତେଣୁ କର୍ମଚାରୀଙ୍କର ଅଜାଣତରେ ଏହି ଟଙ୍କା ଉଠାଣ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ବକେୟା ଅର୍ଥ ତାଙ୍କ ନାମରେ ଗଡୁଥିବାରୁ ଭବିଷ୍ୟତରେ ସେମାନେ ପେନସନ ପାଇବାରେ ଅସୁବିଧା ହେବ ବୋଲି ଆଶଙ୍କା କରୁଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories