www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ.. କେଉଁ ଦିଗକୁ ମୁଖ କରି ଭୋଜନ କଲେ ମିଳେ କି ଫଳ..

ବାସ୍ତୁ ଶାସ୍ତ୍ରରେ ଦିଗର ଖୁବ ମହତ୍ତ୍ୱ ରହିଛି। ସେଭଳି କିଛି ଦିଗକୁ ଅତ୍ୟନ୍ତ ଶୁଭ କୁହାଯାଏ। କିଛି ସ୍ୱତନ୍ତ୍ର କାମ ପାଇଁ ଦିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାସ୍ତୁ ଶାସ୍ତ୍ରରେ ଭୋଜନ କରିବାର ସଠିକ୍‌‌ ଦିଗ ବିଷୟରେ ବର୍ଣ୍ଣନା କରାଯାଇଛି। ଭୋଜନ ସମୟରେ ସଠିକ୍‌‌ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ସଠିକ୍‌‌ ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡିଥାଏ। କର୍ମକ୍ଷେତ୍ରରେ ମଧ୍ୟ ସଫଳତା ମିଳିଥାଏ।
ଭୋଜନ କରିବାର ସବୁଠାରୁ ଶୁଭ, ଉତ୍ତମ ପୂର୍ବ ଓ ଉତ୍ତର ଦିଗକୁ କୁହାଯାଏ। ଏହି ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ରୋଗ ଶରୀର ଠାରୁ ଦୂରେଇ ରହିଥାଏ। ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
ଘରର ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ବସି ଭୋଜନ କରନ୍ତୁ। ଏହା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ।
ମାତ୍ର ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବାକୁ ବାରଣ କରାଯାଇଛି। କୁହାଯାଏ ଏହି ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ଆୟୁ କମିବା ସହ ଦୁର୍ଭାଗ୍ୟ ଆସିଥାଏ।
ସେହିପରି ପଶ୍ଚିମ ଦିଗକୁ ମଧ୍ୟ ମୁଖ କରି ଖାଇବା ଉଚିତ ନୁହେଁ। ଏହାଦ୍ୱାରା କରଜ ସମସ୍ୟା ବୃଦ୍ଧି ପାଇଥାଏ।
ଖାଦ୍ୟ ଖାଇବା ପରେ ଭୋଜନ ଥାଳିରେ କଦାପି ହାତ ଧୁଅନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଯିବା ସହ ଅଭାବ ଓ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories