www.samajalive.in
Tuesday, December 9, 2025
15.1 C
Bhubaneswar

ବାସ୍ତୁ; ବିବାହ ଠାରୁ ଧନ ପ୍ରାପ୍ତି , ଭାଗ୍ୟ ସହ ଜଡିତ ପୋଷାକ ରଙ୍ଗ..

ସାଧାରଣତଃ ପୋଷାକ କିଣିବା ସମୟରେ ସଭିଏଁ କେତେକ ଜିନିଷ ପ୍ରତି ଧ୍ୟାନ ଦେଇଥାଆନ୍ତି। ପୋଷାକ ଆରାମଦାୟକ, ନିଜର ପସନ୍ଦ ଅନୁଯାୟୀ ଆଦି ଦିଗ ପ୍ରତି ଦୃଷ୍ଟି ଦେଇଥାଆନ୍ତି। ମାତ୍ର ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୋଷାକର ରଙ୍ଗ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ପୋଷାକର ଚୟନ କରିବା ସମୟରେ କିଛି ସ୍ୱତନ୍ତ୍ର ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଘର ପାଇଁ ଯେପରି ବାସ୍ତୁ ନିୟମ ରହିଛି, ସେଭଳି ପୋଷାକ ରଙ୍ଗକୁ ନେଇ ମଧ୍ୟ ନିୟମ ରହିଛି। ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ। ଜାଣନ୍ତୁ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୋଷାକ କିଣିବା ପାଇଁ ସୋମବାର ଓ ଶୁକ୍ରବାର ସବୁଠାରୁ ଶୁଭ ଓ ଉତ୍ତମ ଦିନ। ସେହିପରି ମଙ୍ଗଳବାର ଓ ଶନିବାର ପୋଷାକ କିଣିବା ପାଇଁ ବାରଣ କରାଯାଇଛି।

- Advertisement -

ଜୀବନରେ ସୁଖଶାନ୍ତି ଓ ସକରାତ୍ମକ ଚିନ୍ତାଧାରା ପାଇଁ ଧଳା ରଙ୍ଗର ପୋଷାକ ଓ ଅନ୍ୟ ଧଳା ରଙ୍ଗର ବସ୍ତୁର ଚୟନ କରିପାରିବେ।
ଧନ ଓ ସନ୍ତାନ ପ୍ରାପ୍ତି ପାଇଁ ହଳଦିଆ ରଙ୍ଗର ପୋଷାକ ଚୟନ କରନ୍ତୁ।
ସଫଳତା ପ୍ରାପ୍ତି ପାଇଁ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ବେଶ ଶୁଭଙ୍କର।

ଅବିବାହିତ ଯୁବକ ଓ ଯୁବତୀଙ୍କୁ କଳାରଙ୍ଗର ପୋଷାକ ଖୁବ୍‌‌ କମ୍‌‌ ପିନ୍ଧିବା ଉଚିତ୍‌‌। ଏହି ରଙ୍ଗର ପୋଷାକର ଅଧିକ ଧାରଣ କରିବା ଦ୍ୱାରା ବିବାହରେ ବିଳମ୍ବ ହୋଇଥାଏ।
ଗୋଲାପି, ନାରଙ୍ଗୀ ଓ ଅନ୍ୟ ହାଲକା ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଶୀଘ୍ର ବିବାହ ହୋଇଥାଏ।

ବାସ୍ତୁ ଅନୁଯାୟୀ ପୋଷାକ ପିନ୍ଧିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ଗୋଟିଏ ପୋଷାକକୁ ଥରେ ପିନ୍ଧିବା ପରେ ଅଧିକ ଦିନ ଯାଏଁ ବାରମ୍ବାର ପିନ୍ଧନ୍ତୁ ନାହିଁ। ଏହାକୁ ସଫା କରି ପିନ୍ଧି ପାରିବେ। ନଚେତ୍‌‌ ଏହା ସ୍ୱାସ୍ଥ୍ୟ ସହ ଆର୍ଥିକ କ୍ଷେତ୍ରରେ ପ୍ରଭାବ ପକାଇଥାଏ। ଅପରିଷ୍କାର ପୋଷାକ ପିନ୍ଧିବା ଶୁଭଙ୍କର ନୁହେଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ସଫା ନକରି ପୋଷାକ ପିନ୍ଧିବା ଦ୍ୱାରା ଜୀବନରେ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories