www.samajalive.in
Sunday, December 7, 2025
26.1 C
Bhubaneswar

ବାସ୍ତୁ : ଶୟନ କକ୍ଷରେ ଏସବୁ ରଖୁଛନ୍ତି କି?

ବାସ୍ତୁରେ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ଜୀବନରେ ବାସ୍ତୁର ଖୁବ ମହତ୍ତ୍ୱ ରହିଛି। ଘରେ ରଖିଥିବା ପ୍ରତ୍ୟେକ ଜିନିଷକୁ ବାସ୍ତୁ ଅନୁଯାୟୀ ରଖିବା ଦ୍ୱାରା ଅନେକ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହୋଇଥାଏ। ନକରାତ୍ମକ ଶକ୍ତି ଦୂର ହେବା ସହ ଜୀବନରେ ହସଖୁସି ଭରିଯାଏ। ସଠିକ୍‌‌ ଭାବେ ଜିନିଷକୁ ନରଖିବା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଜାଣନ୍ତୁ ବିଶେଷ କରି ଶୟନ କକ୍ଷରେ କେଉଁ ଜିନିଷ ରଖିବା ଉଚିତ୍‌‌ ନୁହେଁ..
ଶୟନ କକ୍ଷରେ ସର୍ବଦା ଶାନ୍ତି ଓ ନୀଳ,ସୁବଜ ରଙ୍ଗର ହାଲକା ଚିତ୍ର ରଖନ୍ତୁ। ମାତ୍ର ଲାଲ କିମ୍ବା ଅନ୍ୟ ଗାଢ ରଙ୍ଗର ଚିତ୍ର ରଖନ୍ତୁ ନାହିଁ। ଗାଢ ରଙ୍ଗର ଚିତ୍ର ରଖିବା ଦ୍ୱାରା ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ।
ଶୟନ କକ୍ଷରେ ଭୁଲରେ ମଧ୍ୟ ଜୋତା ଚପଲ ରଖନ୍ତୁ ନାହିଁ। ଏହାଦ୍ୱାରା ଘରୁ ଶାନ୍ତି ଦୂର ହୋଇ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଅନେକ ସମୟରେ ଦେଖାଯାଏ ଲୋକେ ଥକ୍କାପଣ କାରଣରୁ ଜୋତା,ଚପଲ ଆଦି ପିନ୍ଧି ସିଧାସଳଖ ଶୟନ କକ୍ଷକୁ ପ୍ରବେଶ କରନ୍ତି। ମାତ୍ର ଏହି ଭୁଲ ଆଦୌ କରନ୍ତୁ ନାହିଁ। ଏହାଦ୍ୱାରା ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ।
ଶୟନ କକ୍ଷରେ କଦାପି ଝାଡୁ କିମ୍ବା ଡଷ୍ଟବିନ୍‌‌ ରଖନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଏସବୁ ଶୟନ କକ୍ଷରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଖଟରେ ପକାଉଥିବା ଚାଦର ଅପରିଷ୍କାର ହେବା ମାତ୍ରେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ଶୟନ କକ୍ଷରେ ଅପରିଷ୍କାର ଚାଦର ଆଦୌ ରଖନ୍ତୁ ନାହିଁ। ଶୟନ କକ୍ଷକୁ ସର୍ବଦା ପରିଷ୍କାର ରଖନ୍ତୁ। ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। କଳା ରଙ୍ଗର ଚାଦର ବ୍ୟବହାର କରନ୍ତୁ ନାହିଁ। ଏହା ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories