www.samajalive.in
Sunday, December 7, 2025
26.1 C
Bhubaneswar

ଘରୋଇ ଡାକ୍ତରଖାନା ପାଇଁ ଟିକା ମୂଲ୍ୟ ଧାର୍ଯ୍ୟ – କୋଭିସିଲ୍ଡ ୭୮୦, କୋଭାକ୍ସିନ ୧୪୧୦ ଓ ସ୍ପୁଟନିକ-ଭି ୧୧୪୫ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘରୋଇ ଡାକ୍ତରଖାନାଗୁଡିକ ଲାଗି କରୋନା ଟିକାର ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଗୋଟିଏ ପାନ (ଡୋଜ୍‌) କୋଭିସିଲ୍ଡ ଟିକାର ମୂଲ୍ୟ ୭୮୦ ଟଙ୍କା ରଖାଯାଇଥିବା ବେଳେ କୋଭାକ୍ସିନ୍‌ର ମୂଲ୍ୟ ୧୪୧୦ଟଙ୍କା ଓ ରୁଷ୍‌ ଟିକା ସ୍ପୁଟନିକ-ଭିର ମୂଲ୍ୟ ୧୧୪୫ଟଙ୍କା ରଖାଯାଇଛି। ପ୍ରତି ଟିକାର ମୂଲ୍ୟ ଉପରେ ୫ ପ୍ରତିଶତ ଜିଏସଟି ଲାଗୁହେବ। ଫଳରେ କୋଭିସିଲ୍ଡ ଉପରେ ୩୦ଟଙ୍କା, କୋଭାକ୍ସିନ ଉପରେ ୬୦ଟଙ୍କା ଓ ସ୍ପୁଟନିକ୍-ଭି ଉପରେ ୪୭ଟଙ୍କା ଲେଖାଏଁ ଜିଏସଟି ଦେବାକୁ ପଡିବ।

କେନ୍ଦ୍ର ସରକାରଙ୍କ ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିକା ପ୍ରସ୍ତୁତକାରୀଙ୍କ ସହ ଆଲୋଚନା କ୍ରମେ ଏହି ଦର ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ସମୟରେ ଟିକା ମୂଲ୍ୟରେ ଯଦି ପରିବର୍ତ୍ତନ ହୁଏ ତେବେ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହି ଟିକା ମୂଲ୍ୟ ବ୍ୟତୀତ ଘରୋଇ ଡାକ୍ତରଖାନାଗୁଡିକ ଟିକାକରଣ ଲାଗି ୧୫୦ଟଙ୍କାର ଅତିରିକ୍ତ ସେବା ମୂଲ୍ୟ ହିତାଧିକାରୀଙ୍କ ଠାରୁ ଆଦାୟ କରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories