www.samajalive.in
Sunday, December 7, 2025
26.1 C
Bhubaneswar

ପିପିଲିରେ ୧୮ରୁ ୪୪ ବୟସ ବର୍ଗଙ୍କୁ ଟିକାକରଣ ପାଇଁ ନିଶିକାନ୍ତଙ୍କ ଦାବି

ପିପିଲି : ରାଜଧାନୀ ଉପକଣ୍ଠରେ ଥିବା ପୁରୀ ଜିଲାର ପ୍ରବେଶପଥ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଏପର୍ଯ୍ୟନ୍ତ ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଆଡଭୋକେଟ୍‍ ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି।
ଏହି ନିର୍ବାଚନମଣ୍ଡଳୀରେ ଥିବା ଉଭୟ ପିପିଲି ଓ ଡେଲାଙ୍ଗ ବ୍ଲକରେ ଅଧିକ ସଂଖ୍ୟକ ଟିକାକରଣ କେନ୍ଦ୍ର କରାଯାଇନଥିବା ବେଳେ ଟିକା ଅଭାବ ଯୋଗୁଁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ ଏପର୍ଯ୍ୟନ୍ତ ସରିପାରିନଥିବା ଶ୍ରୀମିଶ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଏହି ନିର୍ବାଚନମଣ୍ଡଳୀରେ ୧୮ରୁ ୪୪ ବୟସ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ଏପର୍ଯ୍ୟନ୍ତ ଟିକାକରଣ ଆରମ୍ଭ ହୋଇନାହିଁ। ଏହି ବର୍ଗଙ୍କ ପାଇଁ ମଇ ୧ ତାରିଖରୁ ଟିକା ଦିଆଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ମାସେ ବିତି ଯାଇଥିଲେ ମଧ୍ୟ ଏହି ବିଧାନସଭା କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ଏପରିକି ୪୫ ବର୍ଷରୁ ଅଧିକ ବୟସ ବର୍ଗର ଲୋକମାନଙ୍କ ପାଇଁ ଦୈନିକ ଟିକାକରଣ କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି।

ପିପିଲି ଓ ଡେଲାଙ୍ଗ ବ୍ଲକ ପୁରୀ ଜିଲ୍ଲାର ପ୍ରବେଶ ପଥ ଓ ରାଜଧାନୀ ନିକଟବର୍ତୀ ହୋଇଥିବାରୁ ଅନ୍ୟ ଜିଲା ସହ ଏହି ଅଞ୍ଚଳର ଲୋକଙ୍କର ଯୋଗାଯୋଗ ସହ ବାଣିଜ୍ୟିକ ପରିବହନ ବ୍ୟବସ୍ଥା ମଧ୍ୟ ଅଧିକ। ତେଣୁ କୋଭିଡ୍‍ ସଂକ୍ରମଣ ଏଠାରେ ବଢ଼ି ଚାଲିଛି। ଇତିମଧ୍ୟରେ ପିପିଲିର ଜଣେ ଯୁବ ଫଟୋ ସାମ୍ବାଦିକଙ୍କ ସମେତ ପ୍ରାୟ ୨୦ରୁ ଅଧିକ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେଣି। ତେଣୁ ଏଠାରେ ଅଗ୍ରାଧିକାର ଭିତ୍ତିରେ ଯୁବବର୍ଗକୁ ଟିକା ଦେବା ପାଇଁ ଶ୍ରୀ ମିଶ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟୀତ୍ୱରେ ଥିବା ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନିକଟରେ ଏକ ଚିଠି ମାଧ୍ୟମରେ ଦାବି କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories