ଗଡ଼ିଲା ଉତ୍ତରାଖଣ୍ଡର ସର୍ବପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନ୍‌‌

ଡେସ୍କ: ଆଜି ଉତ୍ତରାଖଣ୍ଡର ସର୍ବପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନ୍‌‌ ଚଳାଚଳ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ଜରିଆରେ ଏହି ଡେରାଡୁନ୍‌‌-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନ୍‌‌ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହା ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରାର ସୁବିଧା ପ୍ରଦାନ କରୁଥିବାରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନେ ଏଥିରୁ ଉପକୃତ ହେବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱ ଭାରତକୁ ସମ୍ମାନ ଦୃଷ୍ଟିରେ ଦେଖୁଛି। ସେ କହିଛନ୍ତି, ଭାରତ ଅର୍ଥନୀତିକୁ ସୁଦୃଢ଼ କରିବାରେ ସଫଳ ହୋଇଥିବା ବେଳେ ଦାରିଦ୍ର୍ୟ ଦୂର କରିପାରିଛି ଓ କୋଭିଡ୍‌ର ସଫଳ ମୁକାବିଲା କରିଛି। ସେ କହିଛନ୍ତି ଯେ ଭାରତର ବିକାଶ ଦେଖିବାକୁ ପୃଥିବୀବାସୀ ଭାରତକୁ ଆସିବାକୁ ଚାହୁଁଛନ୍ତି। ବିଦେଶୀ ନାଗରିକମାନେ ଭାରତକୁ ଆସିବାକୁ ଚାହୁଁଥିବାରୁ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକ ଏହା ଯୋଗୁଁ ଲାଭାନ୍ୱିତ ହେବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ ପରଠାରୁ ଭାରତ ସରକାର ରେଳବାଇର ରୂପାନ୍ତରଣ କରିଛନ୍ତି। ଏବେ ପ୍ରତିବର୍ଷ ୬ ହଜାର କିଲୋମିଟର ରେଳ ଲାଇନ୍‌ର ବିଦ୍ୟୁତିକରଣ କରାଯାଉଛି, ଯେତେବେଳେ କି ୨୦୧୪ ପୂର୍ବରୁ ତାହା ମାତ୍ର ବର୍ଷକୁ ୬୦୦ କିଲୋମିଟର ଥିଲା। ସେ କହିଛନ୍ତି, ଭାରତ ବନ୍ଦେ ଭାରତ ଟ୍ରେନ୍‌‌ ଭଳି ଦ୍ରୁତଗତିରେ ବିକାଶ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ବିଦ୍ୟୁତିକରଣ ହୋଇଥିବା ରେଳ ଲାଇନକୁ ଉତ୍ସର୍ଗ କରିଛନ୍ତି। ଏଥିସହିତ ଉତ୍ତରାଖଣ୍ଡର ଶତକଡ଼ା ଶହେ ଭାଗ ରେଳ ଲାଇନ୍‌‌ର ବିଦ୍ୟୁତିକରଣ ହୋଇଛି।

Comments are closed.