www.samajalive.in
Monday, December 8, 2025
14.1 C
Bhubaneswar

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା; ୮ ମୃତ, ଅନେକ ଲୋକ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ପରିସ୍ଥିତି ଏଭଳି ହୋଇଛି ଯେ ଚାରି ଧାମ ଯାତ୍ରାରେ ଆସୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଆଶଙ୍କା ରହିଛି । ନଦୀ ଉଛୁଳିବା ସହ ଡ୍ରେନରେ ପାଣି ଜମିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତିହିରୀ-ଘନସାଲୀ ନିକଟ ଅଞ୍ଚଳରେ ଘଡଘଡି ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ରୁଦ୍ରପ୍ରୟାଗରେ ପ୍ରବଳ ବର୍ଷା ଯୋଗୁଁ କେଦାରନାଥ ଯାତ୍ରାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଭୀମବାଲିରେ କେଦାରନାଥ ଫୁଟପାଥ ରାସ୍ତା ଏବଂ ଦୁଇଟି ପୋଲି ଧୋଇଯାଇଛି । ଭୀମବାଲିରେ ଫସି ରହିଥିବା ୨୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ସୋନପ୍ରୟାଗ ଏବଂ ଗୌରକୁଣ୍ଡ ମଧ୍ୟରେ ଥିବା ମାର୍ଗର କିଛି ଅଂଶ ଧୋଇଯାଇଛି । ଘନସାଲୀ ଓ ଚିରବିଟିଆକୁ ସଂଯୋଗ କରୁଥିବା କଲଭର୍ଟ ମଧ୍ୟ ଧୋଇଯାଇଛି । ପୁଲିସ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି ।
ଡେରାଡୁନ୍ ସହରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସୋନପ୍ରୟାଗରେ ଏସଡ଼ିଆରଏଫ ଓ ଏନଡିଆରଏଫକୁ ସଜାଗ ରହିଛନ୍ତି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଡେରାଡୁନରେ ଅଗଷ୍ଟ ୧ରେ କ୍ଲାସ ୧ରୁ ୧୨ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ଉତ୍ତରାଖଣ୍ଡର ପ୍ରବଳ ବର୍ଷା ହେଉଥିବାରୁ ଡେରାଡୁନ୍‌, ପୋଡି, ତିହିରୀ, ଉତ୍ତରକାଶୀ ଓ ହରିଦ୍ୱାରରେ ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ଯୋଗୁଁ ଏସବୁ ଅଞ୍ଚଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଏବେବି ନିଖୋଜ ଅଛନ୍ତି । ଟେହରୀରେ ଭୂସ୍ଖଳନ ଯୋଗୁ ତିନି ଜଣଙ୍କ ମୃତ୍ୟୁ ହୋଇଛି ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories