www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍‌ ଏ++ ମାନ୍ୟତା, ଡିିଜିଟାଲ୍‌ ଭିତ୍ତିଭୂମି ବିକାଶକୁ ଦିଆଯିବ ଗୁରୁତ୍ବ: ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସବିତା ଆଚାର୍ଯ୍ୟ ନିଯୁକ୍ତି ପାଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ସବିତା ଆଚାର୍ଯ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି ପାଇବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ହେଉଛନ୍ତି ସର୍ବଶ୍ବ। ସେମାନଙ୍କ ସୁରକ୍ଷା ଓ ସୁବିଧା ଆଗ ଦେଖିବି। ସେମାନଙ୍କ ସମସ୍ୟା ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ। ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଯୋଗ ଦେବା ପରେ ଏଠାକାର ଡିଜିଟାଲ୍‌ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ନେଇ ପଦକ୍ଷେପ ନିଆଯିବ। ବାଣୀବିହାରକୁ ସବୁଜ କ୍ୟାମ୍ପସରେ ପରିଣତ ସହିତ ବାଣୀବିହାର କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ କରାଯିବ। ଏହାସହିତ ଉତ୍କଳ ବିଶ୍ବବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦନ ଓ ଗବେଷଣା କ୍ଷେତ୍ରକୁ ଗୁରୁତ୍ବ ଦେବି। ଉତ୍କଳ ବିଶ୍ବବିଦ୍ୟାଳୟ କିଭଳି ନାକ୍‌ ଏ++ ରାଙ୍କ ପାଇବ ତାହା ମୋର ସ୍ବପ୍ନ। ଏହି ସ୍ବପ୍ନକୁ ବାସ୍ତବ ରୂପ ଦେବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ କିଭଳି ନାକ୍‌ ଏ++ ରାଙ୍କ ମିଳିବ ସେଥିପାଇଁ ଉଦ୍ୟମ କରିବି। କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରାଯିବା ସହ ଛାତ୍ରଛାତ୍ରୀ କିଭଳି ନିଯୁକ୍ତି ପାଇପାରିବେ ସେଥିପାଇଁ ଉଦ୍ୟମ ଜାରି ରହିବ।

ପ୍ରଫେସର ସବିତା ଆଚାର୍ଯ୍ୟ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପିଜି କାଉନ୍‌ସିଲ୍‌ ଭାବେ କାର୍ଯ୍ୟ କରିଥିବାବେଳେ ଭାରପ୍ରାପ୍ତ କୁଳପତି ମଧ୍ୟ ହୋଇଛନ୍ତି। ଏହାସହିତ ଉତ୍କଳ ବିଶ୍ବବିଦ୍ୟାଳୟର ସିଡିସି ନିର୍ଦେଶକ, ସ୍କୁଲ ଅଫ୍ ୱମେନ୍ସ ଷ୍ଟଡ଼ି ନିର୍ଦେଶକ, ସ୍କୁଲ ଅଫ୍ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟଡ଼ିଜ୍ ନିର୍ଦେଶକ, ଡିନ୍‌ ଅଫ୍‌ ଫ୍ୟାକ୍‌ଲଟି ସୋସିଆଲ୍‌ ସାଇନ୍ସ, ୟୁନିଭର୍ସିଟି ହାଇସ୍କୁଲ ପରିଚାଳନା ଅଧ୍ୟକ୍ଷ ଆଦି ପଦବୀରେ ସଫଳତା ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍‌ଏସ୍‌ସି, ଏମ୍‌ଫିଲ୍‌, ପିଏଚ୍‌ଡି ଡିଗ୍ରୀ ହାସଲ କରିବା ସହିତ ପ୍ରଫେସର ସବିତା ଆଚାର୍ଯ୍ୟ ଇଂଲଣ୍ଡର ଅକ୍ପଫୋର୍ଡ ବିଶ୍ବବିଦ୍ୟାଳୟରୁ ପିଡିଏଫ୍‌ ଯୋଗ୍ୟତା ହାସଲ କରିଛନ୍ତି। ତାଙ୍କର ୩୧ବର୍ଷର ଶିକ୍ଷାଦାନ ଓ ଗବେଷଣା ଅଭିଜ୍ଞତା ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟର ନୃତତ୍ତ୍ବ ବିଭାଗ ସହିତ ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରିଛନ୍ତି। ଭାରତ ବାହାରେ ମଧ୍ୟ ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସ୍ବତନ୍ତ୍ର ଖ୍ୟାତି ରହିଛି। ବିଦେଶ ଭ୍ରମଣରେ ଯାଇ ସେଠାରେ ମଧ୍ୟ ସେ ନିଜର ପାରଦର୍ଶିତା ପ୍ରତିପାଦନ କରିଛନ୍ତି। ଚୀନ, ବ୍ରାଜିଲ୍‌, ପୋଲାଣ୍ଡ, ଜର୍ମାନୀ ଆଦି ଦେଶ ସମେତ ଗୋଥେ ବିଶ୍ବବିଦ୍ୟାଳୟ, ତୁବେଙ୍ଗିନ ବିଶ୍ବବିଦ୍ୟାଳୟ ଆଦିରେ ସେ ତାଙ୍କର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପତି କରିଛନ୍ତି ଓ ତାହା ଆନ୍ତର୍ଜାତିୟ କ୍ଷେତ୍ରରେ ପ୍ରଶଂସିତ ଓ ଆଦୃତି ଲାଭ କରିଛି। ପ୍ରଫେସର ସବିତା ଆଚାର୍ଯ୍ୟ ଗୋଟିଏ ବହି ଲେଖିଥିବାବେଳେ ୨ଟିର ମୁଖ୍ୟ ସମ୍ପାଦକ, ୩ଟି ସମ୍ପାଦକ ରହିଛନ୍ତି। ତାଙ୍କର ୬୦ଟି ଗବେଷଣାତ୍ମକ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଥିବାବେଳେ ତାଙ୍କ ଅଧୀନରେ ୬ଜଣ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories