ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶେଷ ବିଶ୍ରାମସ୍ଥଳ ଗୋରାକବର ସମାଧିପୀଠରେ ଆଜି ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ସଫେଇ ସହ ଉତ୍କଳଗୌରବଙ୍କ ମୂର୍ତ୍ତି ରଙ୍ଗ ଓ ମରାମତି କରାଯାଇଛି। କଟକ ତୁଳସୀପୁର ସ୍ଥିତ ଗୋରାକବର ସମାଧିପୀଠ ସଫେଇ ସହ ହରିଣ ପାର୍କ ନିକଟରେ ଥିବା ମୂର୍ତ୍ତିକୁ ରଙ୍ଗ କରାଯାଇ ମରାମତି ମଧ୍ୟ କରାଯାଇଛି।
ଏହି ସେବା କାର୍ଯ୍ୟରେ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା କୁନା ତ୍ରିପାଠୀଙ୍କ ସହ ଲିମା ମହାପାତ୍ର, ଆରତୀ ମହାରଣା, ଶାନ୍ତିଲତା ମହାରଣା, ଜିଜାଲୀନ ପାତ୍ର, କାର୍ତିକ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସହ-ସଭାପତି ମନୋଜ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।



