www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ସହ ଟ୍ରମ୍ପଙ୍କ ଟିମ୍‌ର ବାଣିଜ୍ୟିକ ଆଲୋଚନା

ସମାଜଲାଇଭ ଡେସ୍କ: ଭାରତ ସହ ଆମେରିକାର ଟାରିଫ୍‌ ଯୁଦ୍ଧ ପରେ ବାଣିଜ୍ୟିକ ସଂପର୍କକୁ ସୁଦୃଢ଼ କରିବାକୁ ଆଗ୍ରହ ପ୍ରକାଶ କରିଛି ଆମେରିକା । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିବା କହିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି।

ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ କରିବାକୁ ଅତ୍ୟନ୍ତ ଦୃଢ଼ତାର ସହ ଚିନ୍ତା କରୁଛନ୍ତି । ସେ କହିଛନ୍ତି ଯେ, ଟ୍ରମ୍ପ ଓଭାଲ୍ ଅଫିସରେ ଦୀପାବଳି ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ । ସମ୍ପର୍କକୁ ସୁଦୃଢ଼ କରିବାରେ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଟ୍ରମ୍ପ । ଲିଭିଟ୍ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରମ୍ପଙ୍କ ବାଣିଜ୍ୟ ଟିମ୍ ଭାରତ ସହିତ ବିସ୍ତୃତ ଆଲୋଚନାରେ ରହିଛନ୍ତି । ଟ୍ରମ୍ପଙ୍କ ବାରମ୍ବାର ଦାବି ପରେ ମୋଦୀ ରୁଷରୁ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏପରି ଦାବିକୁ ଖାରଜ କରି କହିଛନ୍ତି ଯେ ଦେଶର ଶକ୍ତିଉତ୍ସ ବାଛିବା ଜାତୀୟ ସ୍ୱାର୍ଥ ଏବଂ ଗ୍ରାହକ କଲ୍ୟାଣ ଉପରେ ଆଧାରିତ । ଦେଶର ଜାତୀୟ ସ୍ଵାର୍ଥ ମଧ୍ୟରେ ଆମେରିକା ସହିତ ସହଯୋଗ ମଧ୍ୟ ଅନ୍ତର୍ଭୁକ୍ତ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories