www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକା ତିଆରି କରିବ ବିଶ୍ଵର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା

ସମାଜ ଡିଜିଟାଲ ଡେସ୍କ: ଅପରେସନ ‘ସିନ୍ଦୂର’ ସମୟରେ ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବା ଲାଗି ଭାରତ ରୁଷ ନିର୍ମିତ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ବ୍ୟବହାର କରିଥିଲା। ଏହା ସହିତ ଭାରତୀୟ ଡିଫେନ୍ସ ସିଷ୍ଟମ ଆକାଶ ମଧ୍ୟ ବଡ଼ ଭୂମିକା ଗ୍ରହଣ କରିଥିଲା। ଆଧୁନିକ ଯୁଦ୍ଧରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ଵ ବହୁ ଅଧିକ। ଅପରେସନ ସିନ୍ଦୂର ପରେ ଏସ-୪୦୦ର ଚାହିଦା ବେଶ୍‌ ବୃଦ୍ଧି ପାଇଛି। ରାଡାର, ସାଟେଲାଇଟ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ଉପରେ ଆଧାରିତ ସେନ୍‌ସର ଉପରେ କାମ କରୁଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବିପଦକୁ ଆଗୁଆ ଚିହ୍ନଟ କରି କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଦେଇଥାଏ। ଯାହାଫଳରେ ଜନସାଧାରଣଙ୍କୁ ସୁରକ୍ଷା ମିଳିଥାଏ।

୭ ଅକ୍ଟୋବର ୨୦୨୩ରେ ବି ଇସ୍ରାଏଲ ନିଜର ଆଇରନ ଡୋମ (କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା) ଜରିଆରେ ହମାସ ଆତଙ୍କବାଦୀ ସଂଗଠନର ବହୁ କ୍ଷେପଣାସ୍ତ୍ରକୁ ଆକାଶରେ ନଷ୍ଟ କରିଦେଇଥିଲା। ତେଣୁ ଆଧୁନିକ ଯୁଦ୍ଧରେ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

- Advertisement -

ଏସବୁକୁ ଦୃଷ୍ଟିରେ ରଖି ବିଶ୍ଵର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ଯାଉଛି। ଯୁଦ୍ଧ ସମୟରେ ପ୍ରତିରକ୍ଷା ମେକାନିଜମକୁ ନୂଆ ସ୍ତରକୁ ନେବା ଲାଗି ଆମେରିକା ପ୍ରସ୍ତୁତି ଚଳାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଏକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ତିଆରି କରିବାକୁ ଯାଉଛି, ଯାହା ଏୟାରସ୍ପେଶ୍‌କୁ ଅଭେଦ୍ୟ, ଅଜେୟ ଏବଂ ଅଖଣ୍ଡନୀୟ କରିଦେବ।

ଟ୍ରମ୍ପ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ଗୋଲ୍‌ଡେନ ଡୋମ ବା ସ୍ଵର୍ଣ୍ଣିମ ଡୋମ ନାମରେ ନାମିତ କରିଛି। ଆମେରିକା ବର୍ତ୍ତମାନ ସମୟରେ କୌଣସି ଦେଶ ସହିତ ପ୍ରତ୍ୟକ୍ଷ ଯୁଦ୍ଧ କରୁନାହିଁ। କିନ୍ତୁ ଆଗାମୀ ଭବିଷ୍ୟତରେ ଯୁଦ୍ଧ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଏହାକୁ ଧ୍ୟାନରେ ରଖି ଆମେରିକା ନୂଆ ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ କରିବାକୁ ଯାଉଛି।

ବିଶେଷ କରି ଚୀନ, ରୁଷ, ଇରାନ, ଉତ୍ତରକୋରିଆ ଭଳି ଦେଶଠାରୁ ଆମେରିକାକୁ ବିପଦ ରହିଛି। ତେଣୁ ବିଦେଶୀ ଶତ୍ରୁଠାରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଟ୍ରମ୍ପ ଏହି ନୂତନ ପ୍ରତିରକ୍ଷା ବ୍ୟବସ୍ଥା ନିର୍ମାଣ କରିବାକୁ ଯାଉଥିବା କୁହାଯାଉଛି।

ଗୋଲଡେନ ଡୋମ ଏୟାର ଡିଫେନ୍ସ ସିଷ୍ଟମ ସାଟେଲାଇଟର ଏକ ନେଟଓ୍ବର୍କ ଉପରେ କାମ କରିବ, ଯାହା ଆସୁଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଚିହ୍ନଟ କରିବ ଏବଂ ତାହାକୁ ନଷ୍ଟ କରିବ। ଏହା ସିଲ୍‌ଡ ମିଜାଇଲଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକ ଉପରେ ନଜର ରଖିବା ଳାଗି ଶତାଧିକ ସାଟେଲାଇଟକୁ ବ୍ୟବହାର କରିପାରେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସାରା ବିଶ୍ଵର କୋଣ ଅନୁକୋଣ ପର୍ଯ୍ୟନ୍ତ ଏହି ପ୍ରତିରକ୍ଷା ବ୍ୟବସ୍ଥା ରେଞ୍ଜ ମଧ୍ୟରେ ରହିପାରିବ। ୨୦୨୯ ସୁଦ୍ଧା ଏହାର ନିର୍ମାଣ ଶେଷ କରିବାକୁ ଟ୍ରମ୍ପ ଲକ୍ଷ୍ୟ ରଖିଛନ୍ତି।

ଗୋଲଡେନ ଡୋମ ଭବିଷ୍ୟତର ଯୁଦ୍ଧାସ୍ତ୍ର ହେବ। ଏହା ଆମେରିକା ପାଇଁ ବହୁସ୍ତରୀୟ ଇଣ୍ଟରସେପ୍ଟରର କାର୍ଯ୍ୟ କରିବ। ୩୬୦ ଡିଗ୍ରୀରୁ ବିପଦକୁ ଠାବ କରି ତାହାକୁ ପ୍ରତିହତ କରିବ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories