ଡେସ୍କ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ସଂଧ୍ୟା ୬ଟା ୪୫ ମିନିଟରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ବାଇଡେନଙ୍କ ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନ (ଏ୧) ପାଲମ ବିମାନ ବନ୍ଦରରେ ଅବତରଣ କରିବା ପରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂହ ତାଙ୍କୁ ସ୍ୱାଗତ କରିଛନ୍ତି। ଶ୍ରୀ ବାଇଡେନ ଆସନ୍ତାକାଲି ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଥିବା ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ।
ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିମାନବନ୍ଦରରୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇଛନ୍ତି। ସେଠାରେ ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।



