www.samajalive.in
Sunday, December 7, 2025
26.1 C
Bhubaneswar

ଟେଷ୍ଟିଂ ଅଭିଯାନରେ ସମସ୍ତେ ସାମିଲ ହୋଇ ଏହାକୁ ଜନଆନ୍ଦୋଳନରେ ପରିଣତ କରିବା : ଧର୍ମେନ୍ଦ୍ର ପ୍ରଧାନ

-ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି
-ରାଜ୍ୟର ୨୩ଟି ଜିଲ୍ଲାରେ ଟେଷ୍ଟିଂ ହାର ଜାତୀୟ ଟେଷ୍ଟିଂ ଠାରୁ କମରେ ରହିଛି
-ଗ୍ରାମାଞ୍ଚଳର ଜନଜାତି ବସତି ଅଞ୍ଚଳରେ ଟେଷ୍ଟିଂ ପାଇଁ କୁଣ୍ଠାବୋଧ ଦେଖାଯାଇଛି
-ଟେଷ୍ଟିଂ ପାଇଁ ଲୋକଙ୍କୁ ପ୍ରୋତ୍ସାହନ କରିବା କେବଳ ସରକାରଙ୍କ ନୁହେଁ ବରଂ ଆମ ସମସ୍ତଙ୍କର ଦାୟିତ୍ୱ
-ରାଜନୈତିକ ଦଳ, ସମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ମହିଳା ମଣ୍ଡଳ, ଯୁବ ସଂଗଠନ, ସଂଗଠନ ସମୂହଙ୍କୁ ମିଶାଇ ବହୁମତକୁ  ଏକାଠି  କରି ସମାଜକୁ ସମ୍ଭାଳିବାର ଆବଶ୍ୟକତା ରହିଛି
-ଭେଦ ଭାବକୁ ଭୁଲି ଏ ଜଟିଳ ପରିସ୍ଥିତିକୁ ସାମ୍ନା କରିବା ସବୁ ଓ଼ଡ଼ିଆ ଲୋକମାନଙ୍କର ଦାୟିତ୍ୱ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ୍‍କୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ ଦଳ, ମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଏବଂ ରାଜ୍ୟ କରୋନାର ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ  ହୋଇଥିବା ବେଳେ ଓଡ଼ିଆ ଲୋକମାନେ ଚିନ୍ତାରେ ଅଛନ୍ତି। କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଟେଷ୍ଟିଂ ବଢ଼଼ାଇବା, ଟ୍ରେସିଂ କରିବା ଏବଂ ଟ୍ରିଟମେଣ୍ଟ୍‍ କରିବା ଉପରେ ରଣନୀତି ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶ ଦାତା ତ୍ରାନାଥ ରେଡ୍ଡି ଏକ ଖବରକାଗଜରେ ଏହି କଥାକୁ ପ୍ରାଥମିକତା ଦେଇଛନ୍ତି କିନ୍ତୁ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଲୋକ ମାନଙ୍କ ମନରେ କରୋନା ପ୍ରତି ଭୟ ଓ ଭ୍ରାନ୍ତି ଧାରଣା ଥିବାରୁ ଲୋକମାନେ ଟେଷ୍ଟିଂ କରିବାକୁ ଆସୁନାହାନ୍ତି। ବ୍ୟବସ୍ଥା ସତ୍ୱେ ନାଗରିକମାନେ ଟେଷ୍ଟିଂ କରିବା ପାଇଁ ପଛ ଘୁଞ୍ଚା ଦେଉଛନ୍ତି, ଯାହା ଚିନ୍ତାଜନକ ବିଷୟ। ରାଜ୍ୟର ଗ୍ରାମାଞ୍ଚଳର ଜନଜାତି ବସତି ଅଞ୍ଚଳରେ ଟେଷ୍ଟିଂ ପାଇଁ କୁଣ୍ଠା ବୋଧ ଦେଖାଯାଇଛି।

- Advertisement -

ଟେଷ୍ଟିଂ ପାଇଁ ଲୋକଙ୍କୁ ପ୍ରୋତ୍ସାହନ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ସମାଜ ବା ଆମ ସମସ୍ତଙ୍କର ଦାୟିତ୍ୱ। ଗଣତନ୍ତ୍ରରେ ଶାସନ ସମ୍ଭାଳିବା ପାଇଁ ବହୁମତର ଆବଶ୍ୟକତା ଥାଏ କିନ୍ତୁ ଯେତେବେଳେ ଜାତୀୟ ବିପତି  ସଂକଟ ଆସେ ସେତେବେଳେ ‘କ୍ରାଇସିସ୍‍ ମ୍ୟାନେଜମେଣ୍ଟ୍‍ କମିଟି’ ଗଠନ ହେବାର ଆବଶ୍ୟକତା ଥାଏ ଏବଂ ସର୍ବମତ ପ୍ରାଥମିକତା ଦେବାର ଆବଶ୍ୟକତା ଥାଏ। ସମାଜର ସବୁ ବ୍ୟକ୍ତିତ୍ୱ ମାନଙ୍କୁ ମିଶାଇ ରାଜନୈତିକ ଦଳ, ସମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ଛୋଟ ମଠ, ମନ୍ଦିର, ମହିଳା ମଣ୍ଡଳ, ଯୁବ ସଂଗଠନ, ସଂଗଠନ ସମୂହ ତଥା ଏ ସମସ୍ତଙ୍କୁ ମିଶାଇ ବହୁମତକୁ ଏକାଠୀ କରି ସମାଜକୁ ସମ୍ଭାଳିବାର ଆବଶ୍ୟକତା ରହିଛି। ଏହା ହିଁ ପରିପକ୍ୱ ଗଣତନ୍ତ୍ରରେ ବଡ଼ ଆବଶ୍ୟକତା। ଆମ ରାଜ୍ୟରେ ସମସ୍ତଙ୍କ ଦାୟିତ୍ୱ ଟେଷ୍ଟିଂକୁ ଜନଆନ୍ଦୋଳନରେ ପରିଣତ କରିବାର ଜନଆନ୍ଦୋଳନ ଏବଂ  ଜନଭାଗିଦାରୀ ଓଡ଼ିଶା ପାଇଁ ବଡ଼ ଆବଶ୍ୟକତା ରହିଛି।
ଆଜି ସର୍ବଭାରତୀୟ ସ୍ତରରେ ପରିସଂଖ୍ୟାନ ଅନୁଯାୟୀ, ମଇ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି। ଠିକ୍‍ ସେହି ସମୟରେ କେରଳରେ ହାରାହାରି ୩୯୦ ଲୋକଙ୍କ ପରୀକ୍ଷା ହେଉଥିବା ବେଳେ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୪୧୭ ଜଣଙ୍କୁ ପରୀକ୍ଷା କରାଯାଉଛି। ସେହିଭଳି ଓଡ଼ିଶାର ପଡୋଶୀ ରାଜ୍ୟ ଓଡ଼ିଶା ଠାରୁ ମଧ୍ୟ ମାତ୍ରାଧିକ ଟେଷ୍ଟିଂ ହୋଇଛି।
ୟୁପ୍ରୋର ପ୍ରତିଷ୍ଠାତା ଅଜିତ୍‍ ପ୍ରେମଜୀଙ୍କ ମତରେ କରୋନାକୁ ହରାଇବା ପାଇଁ ରାସ୍ତା ହେଉଛି ସତ୍ୟ ଏବଂ ବିଜ୍ଞାନ। ସବୁଠି ଟେଷ୍ଟିଂକୁ ବଢ଼଼ାଇବାକୁ ପଡ଼ିବ। ୨୩ଟି ଜିଲ୍ଲାରେ ଟେଷ୍ଟିଂ ହାର ଜାତୀୟ ଟେଷ୍ଟିଂ ଠାରୁ କମରେ ରହିଛି। ବିଶେଷ ଭାବରେ ସମ୍ବଲପୁର, ଅନୁଗୁଳ, ବରଗଡ, ସୁନ୍ଦରଗଡ଼ ଓ କଳହାଣ୍ଡି ଭଳି ରାଜ୍ୟର ୧୪ଟି ଜିଲ୍ଲାରେ ପଜିଟିଭ୍‍ ରେଟ୍‍ ଜାତୀୟ ପଜିଟିଭ୍‍ ରେଟ୍‍ ଠାରୁ ଅଧିକ ରହିଛି। ଏସବୁକୁ ଦେଖିଲେ ଏଠାରେ ଟେଷ୍ଟିଂ ବଢ଼଼ାଇବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ସରକାର ବ୍ୟବସ୍ଥା କରିବେ କିନ୍ତୁ କେବଳ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ଲୋକଙ୍କୁ ଏକାଠି କରି ପହାଁଇବା ପାଇଁ ପଡ଼ିବ। ସବୁ ଓ଼ଡ଼ିଆ ଲୋକମାନଙ୍କର ଦାୟିତ୍ୱ ସବୁ ଭେଦ ଭାବକୁ ଭୁଲି ଏ ଜଟିଳ ପରିସ୍ଥିତିକୁ ସମାଜରୁ ବାହାର କରିବା ପାଇଁ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟକୁ ପ୍ରାଥମିକତା ଦେବା ପାଇଁ ପଡ଼ିବ। ମୋର ବିଶ୍ୱାସ ଓଡ଼ିଆ ଲୋକଙ୍କ ଅଦମ୍ୟ ସାହାସରେ କୋଭିଡକୁ ପରାସ୍ତ କରିବା ପାଇଁ ଏହାକୁ ଜନଆନ୍ଦୋନରେ ପରିଣତ କରାଯାଇପପାରିବ।
ଦେଶର ପଶ୍ଚିମାଞ୍ଚଳ ଓ ଉତରାଞ୍ଚଳ ଧୀରେ ଧୀରେ କରୋନାର ସ୍ଥିତାବସ୍ଥା ସୁଧୁରୁଛି। ଦକ୍ଷଣାଞ୍ଚଳରେ ଏବେ କରୋନାର ରୂପ ଦେଖାଉଛି। ଏହାକୁ ଧୈର୍ଯ୍ୟର ସହ ବୁଦ୍ଧି ଓ ସାହାସ ଦେଖାଇ ସମାଜ କରୋନା ମୁକାବିଲାର ସାମ୍ନା କରୁଛି। ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର, ସାମାଜିକ ସଂଗଠନ, ନାଗରିକମାନେ ଏଭଳି ଅଭାବନୀୟ ସ୍ଥିତିକୁ ସାମ୍ନା କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। କରୋନା ଯୋଦ୍ଧା ବିଶେଷ ଭାବରେ ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପାରାମେଡ଼ିକାଲ, ପୋଲିସ ପ୍ରଶାସନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଲୋକମାନେ, ଗ୍ୟାସ ଡ଼େଲିଭରି ବୟ ସମସ୍ତେ ଏହି ସମୟରେ ସେବା ଯୋଗାଇ ଆସୁଛନ୍ତି ବୋଲି ସେ କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories