www.samajalive.in
Sunday, December 7, 2025
14.1 C
Bhubaneswar

ଓଡିଶାବାସୀଙ୍କ ଜୀବନ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇ୍‍ଏଲ୍‍ଏସ୍‍କୁ ଆହ୍ୱାନ : ଧର୍ମେନ୍ଦ୍ର ପ୍ରଧାନ

-ସ୍ୱଦେଶୀ କୋଭିଡ୍‍ ଟିକା ବିକାଶ ଓ ଗବେଷଣାରେ ଆଇଏଲଏସର ଭୂମିକା ଗୁରୁତ୍ୱପୂର୍ଣ୍ଣ
-ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ବୈଜ୍ଞାନିକ ଜ୍ଞାନକୌଶଳର ବିକଶିତ କାର୍ଯ୍ୟ ପ୍ରଶଂସନୀୟ
-ଆଇଏଲଏସ ଭୁବନେଶ୍ୱରର ଉତ୍ସର୍ଗୀକୃତ ମନୋଭାବ ଏବଂ ଉଦ୍ୟମ ସମାଜକୁ ଲାଭ ଦେବ
-ଆଇଏଲ୍‍ଏସ୍‍ ଭୁବନେଶ୍ୱର ଠାରେ ସେଣ୍ଟର ଅଫ୍‍ ଏକ୍ସିଲେନ୍ସ ଅନ୍‍ ମେରାଇନ୍‍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ
-ଏହି ପ୍ରସଙ୍ଗକୁ ବିଚାରକୁ ନିଆଯିବା ସହ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବା ନେଇ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନେତୃତ୍ୱରେ ଭାରତ କୋଭିଡ଼୍‍-୧୯ ମୁକାବିଲାରେ ସଫଳ ହୋଇଛି। କୋଭିଡ୍‍-୧୯ ମହାମାରୀ ବିରୋଧୀ ଲଢ଼େଇ ବିଶେଷ ଭାବରେ ସ୍ୱଦେଶୀ ଟିକା ବିକାଶ ଏବଂ ନିରାକରଣରେ ଗବେଷଣାକୁ ପ୍ରୋତ୍ସାହନ ଦେବାରେ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ୍‍ ସାଇନ୍ସ (ଆଇଏଲଏସ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି
ଓଡିଶାବାସୀଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇଏଲଏସକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।
ଗୁରୁବାର ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ୍‍ ସାଇନ୍ସର ୩୨ତମ ପ୍ରତିଷ୍ଠା ଦିବସ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମାନବ ସ୍ୱାସ୍ଥ୍ୟ, କୃଷି ଏବଂ ପରିବେଶର ସାମଗ୍ରିକ ବିକାଶ ତଥା ଏହାର ଉନ୍ନତି ପାଇଁ ଉଚ୍ଚମାନର ଓ ଅନେକ ଶୃଙ୍ଖଳିତ ଗବେଷଣା କରିବାରେ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ୍‍ ସାଇନ୍ସ ଭୁବନେଶ୍ୱର ଅଗ୍ରଣୀ ଭୂମିକା ନେଇଛି। ସେହିପରି ମେକ୍‍ ଇନ୍‍ ଇଣ୍ଡିଆକୁ ମଜବୁତ୍‍ କରିବା ଦିଗରେ ଆଇଏଲଏସ କେବଳ ସହଯୋଗ କରୁନାହିଁ ବରଂ ଉତର-ପୂର୍ବ ତଥା ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ବୈଜ୍ଞାନିକ ଜ୍ଞାନକୌଶଳର ବିକାଶ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି। ଆଇଏଲଏସ ଭୁବନେଶ୍ୱରର ଉତ୍ସର୍ଗୀକୃତ ମନୋଭାବ ଏବଂ ଉଦ୍ୟମ ଲୋକଙ୍କୁ ଆକାଂକ୍ଷାକୁ ପୂରଣ
କରିବା ସହ ସମାଜକୁ ଲାଭ ଦେବ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀଳ ଅର୍ଥନୀତି ଦୂରଦୃଷ୍ଟିରେ ଓଡ଼ିଶାର ସୁଦୀର୍ଘ ବେଳାଭୂମି ପ୍ରାଥମିକତାରେ ରହିଛି। ତେଣୁ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସମୁଦ୍ରକୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଗବେଷଣା ପାଇଁ ଆଇଏଲଏସ ଭୁବନେଶ୍ୱର ଠାରେ ସେଣ୍ଟର ଅଫ୍‍ ଏକ୍ସିଲେନ୍ସ ଅନ୍‍ ମେରାଇନ୍‍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱର ଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ରାଜ୍ୟର ସାମୁଦ୍ରିକ ଆଧାରିତ ସ୍ଥାୟୀ ଅର୍ଥନୀତି ଅଭିବୃଦ୍ଧିର ସଠିକ୍‍ ସମ୍ଭାର ଖୋଲିପାରିବ। ତେବେ ଏହି ଅନୁରୋଧ ପରେ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ପ୍ରସଙ୍ଗକୁ ବିଚାରକୁ ନିଆଯିବା ସହ ଆଇଏଲଏସ ଭୁବନେଶ୍ୱର ଠାରେ ସେଣ୍ଟରର ଅଫ୍‍ ଏକ୍ସିଲେନ୍ସ ଅନ୍‍ ମେରାଇନ୍‍ ବାୟୋ-ଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories