www.samajalive.in
Sunday, December 7, 2025
18.1 C
Bhubaneswar

ତୈଳ ଓ ଗ୍ୟାସ କ୍ଷେତ୍ରର କୋଭିଡ୍‍ ଯୋଦ୍ଧାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା : ଧର୍ମେନ୍ଦ୍ର ପ୍ରଧାନ

-ଇଣ୍ଡିଆନ ଅଏଲ ନିଜସ୍ୱ ଖର୍ଚ୍ଚରେ ଟିକାକରଣ ବ୍ୟବସ୍ଥା କରିଥିବା ବେଳେ ଆନୁଷଙ୍ଗିକ ସହଯୋଗ ଦେଇଥିବାରୁ ସିଆଇଆଇ ଏବଂ ଆପୋଲୋ ହସ୍ପିଟାଲକୁ ଧନ୍ୟବାଦ
-ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ଏଭଳି ଟିକାକରଣର ବ୍ୟବସ୍ଥା ଖୁବ ଶୀଘ୍ର
-ତୈଳ ଓ ଗ୍ୟାସ କମ୍ପାନୀର କୋଭିଡ୍‍ ଯୋଦ୍ଧା ମାନଙ୍କ କାର୍ଯ୍ୟ ଓ ସାହାସ ପ୍ରଂଶସନୀୟ

ଭୁବନେଶ୍ୱର : ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କୋଭିଡ୍‍ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣରେ ସାମିଲ କରିବା ଉଦ୍ଦେଶ୍ୟରେ ବୁଧବାର ଭୁବନେଶ୍ୱର ଠାରେ ଇଣ୍ଡିଆନ ଅଏଲ ଏବଂ ଆପୋଲୋ ହସ୍ପିଟାଲ ସହଯୋଗରେ ୭ ଦିନିଆ ‘କୋଭିଡ୍‍-୧୯ ଟିକାକରଣ ଶିବିର’କୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଇଣ୍ଡିଆନ ଅଏଲର ଚନ୍ଦ୍ରଶେଖରପୁର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ କୋଭିଡ୍‍ ଯୋଦ୍ଧା ମାନଙ୍କ ପାଇଁ ଇଣ୍ଡିଆନ ଅଏଲ ଦ୍ୱାରା ଏହି ମେଗା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଇଣ୍ଡିଆନ୍‍ ଅଏଲ୍‍ ଏଠାରେ ଟିକାକରଣର ବ୍ୟବସ୍ଥା କରିଥିବା ବେଳେ କନଫେଡ଼ରେସନ ଅଫ୍‍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ସମନ୍ୱୟରେ ଟିକା ଦେବା ପାଇଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‍ ବିବେଚିତ ହୋଇଛି। ଏହି କମ୍ପାନୀର ପେଟ୍ରୋଲ ପମ୍ପ ଗ୍ରାହକ ଆଟେଣ୍ଡାଂଟ୍‍, ଏଲପିଜି ଏବଂ ପେଟ୍ରୋଲ ବିତରକ, ତୈଳ ଟ୍ୟାଙ୍କର ପରିବହନ କରୁଥିବା ଚାଳକ ଭାଇ, ଅନ୍ୟାନ୍ୟ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଟିକା ଦିଆଯିବ। ଏହି ଟିକାକରଣ ଶିବିର ୨ ଜୁନରୁ ୮ ଜୁନ୍‍ ପର୍ଯ୍ୟନ୍ତ ଚାଲିବ।
ପ୍ରତିଦିନ ୨୦୦ ଡୋଜ୍‍ ଟିକା ଦେବା ପାଇଁ ଯୋଜନା କରାଯାଇଛି। ଇଣ୍ଡିଆନ ଅଏଲ ନିଜସ୍ୱ ଖର୍ଚ୍ଚରେ ଟିକାକରଣ ବ୍ୟବସ୍ଥା କରିଥିବା ବେଳେ ଆନୁଷଙ୍ଗିକ ସହଯୋଗ ଦେଇଥିବାରୁ ସିଆଇଆଇ ଏବଂ ଆପୋଲୋ ହସ୍ପିଟାଲକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଉପଭୋକ୍ତା ମାନଙ୍କୁ ନିରନ୍ତର ସେବା ଯୋଗାଇଥିବା ସମସ୍ତ ତୈଳ ଓ ଗ୍ୟାସ କମ୍ପାନୀର କୋଭିଡ୍‍ ଯୋଦ୍ଧା ମାନଙ୍କ କାର୍ଯ୍ୟ ଓ ସାହାସ ପ୍ରଂଶସନୀୟ। କେନ୍ଦ୍ରୀୟ ରାଷ୍ଟ୍ରାୟତ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ(ବିପିସିଏଲ), ହିନ୍ଦୁସ୍ଥାନ ପେଟ୍ରୋଲିୟମ (ଏଚପିସିଏଲ) ଖୁବ ଶୀଘ୍ର ସେମାନଙ୍କ କର୍ମଚାରୀ ଏବଂ ପରିବାର ଲୋକଙ୍କୁ ଟିକା ଦେବେ। ଏହା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ।
ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ୫୦ ପ୍ରତିଶତ ଟିକା ଯୋଗାଇ ଦେଉଥିବା ବେଳେ ରାଜ୍ୟମାନେ
ମଧ୍ୟ ୨୫ ପ୍ରତିଶତ ଏବଂ ର୍ପୋରେଟ୍‍ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବଜାର ଦରରେ ୨୫ ପ୍ରତିଶତ ଟିକା କିଣି ସେମାନଙ୍କ କର୍ମଚାରୀ, ସେମାନଙ୍କ ପରିବାର ଓ ସଂସ୍ଥା ସହ ଜଡ଼ିତ ଲୋକଙ୍କୁ ଦେବାର ନିଷ୍ପତି ନିଆଯାଇଛି। ଓଡ଼ିଶାରେ ସରକାରୀ ଏବଂ ବେସରକାରୀ ସ୍ତରରେ ବଡ ବଡ କର୍ପୋରେଟ କମ୍ପାନୀ ଅଛନ୍ତି। ଇଣ୍ଡିଆନ ଅଏଲ, ବିପିସିଏଲ, ଏଚପିସିଏଲ, ସେଲ, ଏମସିଏଲ, ନାଲକୋ, ଏନଟିପିସି, ରେଲୱେ, ପାରାଦୀପ ପୋର୍ଟ, ବିଏସଏନଏଲ, ଏପ୍ରକାର ଅନେକ ଅନେକ ସରକାରୀ ପିଏସୟୁ ଉଦ୍ୟୋଗ ଅଛନ୍ତି। ତତସହ ଏଠାରେ ଟାଟା, ଜିନ୍ଦଲ, ଆର୍ସେଲର ମିତଲ ଭଳି ମଧ୍ୟ ଅଗ୍ରଣୀ କମ୍ପାନୀ ଓଡ଼ିଶାରେ କାମ କରୁଛନ୍ତି।
ଏହି ସବୁ କର୍ପୋରେଟ୍‍ ଅନୁଷ୍ଠାନ ଗୁଡ଼ିକ ନିଜ ବ୍ୟବସ୍ଥାରେ କମ୍ପାନୀକୁ ଟିକା କିଣି ନିଜ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେଇ ଓଡ଼ିଶାର ନାଗରିକ ମାନଙ୍କୁ ଦିଆଯାଉଥିବା ଟିକା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

- Advertisement -


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସମ୍ବେଦନଶୀଳ। ଏ ଦିଗରେ କରୋନା ମହାମାରୀର ଦ୍ୱିତୀୟ ଲହର ବିରୋଧରେ ଲଢ଼େଇ କରୁଥିବା ବେଳେ କର୍ପୋରେଟ ଅନୁଷ୍ଠାନର ଏପରି ଟିକାକରଣ ଉଦ୍ୟମ ଭଲ ପଦକ୍ଷେପ। ଅପରପକ୍ଷରେ ଭାରତର ଟିକା ଉତ୍ପାଦନ କ୍ଷମତା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଜୁଲାଇ ସୁଦ୍ଧା ପ୍ରଦିଦିନ ୧ କୋଟି ଟିକା ଭାରତରେ ପ୍ରସ୍ତୁତ ହେବ ବୋଲି ଆକଳନ କରାଯାଇଛି। ଏ ସବୁର ଟିକାକରଣ ସମସ୍ତଙ୍କ ପ୍ରଚେଷ୍ଟା ଖୁବ ଶୀଘ୍ର ହେବା ପରେ ଏହି ଅଭିଯାନକୁ ଅନ୍ୟ ଅଞ୍ଚଳକୁ ମଧ୍ୟ ନିଆଯିବ। ଏହି କଠିନ ସମୟରେ ତୈଳ ଓ ଗ୍ୟାସ କମ୍ପାନୀମାନେ ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories