www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦% ହ୍ରାସ କରିବା ପାଇଁ ରୋଡମ୍ୟାପ୍‍ ପ୍ରସ୍ତୁତ : ଧର୍ମେନ୍ଦ୍ର ପ୍ରଧାନ

-ଆଗାମୀ ଦିନରେ ବିଶ୍ୱ ଉର୍ଜା ଚାହିଦା ଅଭିବୃଦ୍ଧିର ନେତୃତ୍ୱ ନେବ ଭାରତ
-ବ୍ୟବସାୟ ସୁଗମତାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ପ୍ରଧାନମନ୍ତ୍ରୀ
-୨୦୪୦ ସୁଦ୍ଧା ଭାରତର ବିଶ୍ୱ ପ୍ରାଥମିକ ଉର୍ଜା ଚାହିଦାର ସେୟାର ଦୁଇ ଗୁଣା ହେବ
-ଭାରତର ବାର୍ଷିକ ଉର୍ଜା ବ୍ୟବହାର ୩ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆକଳନ
-ଭାରତର ତୈଳ ଚହିଦା ଦୁଇଗୁଣା ହେବ ଏବଂ ଗ୍ୟାସ ଚାହିଦା ତିନିଗୁଣା ବୃଦ୍ଧିପାଇବ
-ବିଶୋଧନାଗାର କ୍ଷମତା ୪୫୦ ଏମଏମଟିପିଏ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉଛି
-୧୩୦ କୋଟି ଭାରତୀୟଙ୍କ ପାଇଁ ମନ୍ତ୍ର ହୋଇଛି ଆତ୍ମନିର୍ଭର ଭାରତ

ନୂଆଦିଲ୍ଲୀ/ଭୁବନେଶ୍ୱର : ୨୦୨୨ ସୁଦ୍ଧା ଦେଶର ଅଶୋଧିତ ତୈଳ ଆମଦାନୀ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତ ସରକାର ରୋଡମ୍ୟାପ୍‍ ପ୍ରସ୍ତୁତ କରିଛନ୍ତି ବୋଲି ବୁଧବାର ସ୍ୱରାଜ୍ୟ ପକ୍ଷରୁ ଆୟୋଜିତ “ଆତ୍ମନିର୍ଭର ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ର ପାଇଁ ୨୦୩୦ର ଭିଜନ” ଶୀର୍ଷକ ୱେବିନାରରେ ଯୋଗଦେଇ  କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ବ୍ୟବସାୟ ସୁଗମତାକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ବେଳେ ଆଗାମୀ ଦିନରେ ଭାରତ ବିଶ୍ୱ ଉର୍ଜା ଚାହିଦା ଅଭିବୃଦ୍ଧିର ନେତୃତ୍ୱ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ଭାରତ ବିଶ୍ୱ ପ୍ରାଥମିକ ଉର୍ଜାର କେବଳ ୬ ପ୍ରତିଶତ ବ୍ୟବହାର କରୁଛି। ଏହା ସ୍ୱତ୍ୱେ ଭାରତର ମୁଣ୍ଡ ପିଛା ଉର୍ଜା ବ୍ୟବହାର ବିଶ୍ୱ ହାରାହାରିର ଏକ ତୃତୀୟାଂଶ ରହିଛି। ମାତ୍ର ଏଥିରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଉଛି। ଆଗାମୀ ଦିନରେ ଭାରତ ବିଶ୍ୱ ଉର୍ଜା ଚାହିଦା ଅଭିବୃଦ୍ଧିର ନେତୃତ୍ୱ ନେବ କାରଣ ୨୦୪୦ ସୁଦ୍ଧା ଭାରତର ନିଜର ବାର୍ଷିକ ଉର୍ଜା ବ୍ୟବହାରରେ ୩ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ୨୦୪୦ ସୁଦ୍ଧା ମଜବୁତ୍‍ ଅର୍ଥନୈତିକ ଅଭିବୃଦ୍ଧି ସହ ଭାରତର ମୋଟ ବିଶ୍ୱ ପ୍ରାଥମିକ ଉର୍ଜା ଚାହିଦାର ସେୟାର ଦୁଇ ଗୁଣା ବୃଦ୍ଧି ପାଇ ପ୍ରାୟ ୧୧ ପ୍ରତିଶତ ହେବ।
ଅପରପକ୍ଷରେ ଉର୍ଜା କ୍ଷେତ୍ର ତଥା ବିକଳ୍ପ ଇନ୍ଧନ ପ୍ରସ୍ତୁତ ଦିଗରେ ଆମର ବିଭିନ୍ନ ପଦକ୍ଷେପ ସତ୍ୱେ ୨୦୪୦ ସୁଦ୍ଧା ଭାରତର ତୈଳ ଚହିଦା ଦୁଇଗୁଣିତ ହେବ ଏବଂ ଗ୍ୟାସ ଚାହିଦା ତିନିଗୁଣା ବୃଦ୍ଧିପାଇବ। ଅର୍ଥନୀତି ଅଭିବୃଦ୍ଧି କରିବା ଓ ଉର୍ଜା ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆମେ ଆମର ବିଶୋଧନାଗାର କ୍ଷମତା ୨୫୦ ଏମଏମଟିପିଏରୁ ୪୫୦ ଏମଏମଟିପିଏ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉଛି। ଏହା ଭାରତକୁ ପେଟ୍ରୋଲିୟମ ସାମଗ୍ରୀ ଯୋଗାଣରେ ଭାରତକୁ ଆତ୍ମନିର୍ଭର କରିବାରେ ସହାୟକ ହେବ।
ଭାରତର ଉର୍ଜା ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଶେଷ ରୋଡମ୍ୟାପ ରହିଛି। ଉର୍ଜାର ଉପଲବ୍ଧି, ସମସ୍ତଙ୍କୁ ଉର୍ଜା ଯୋଗାଇବା, ଗରିବଙ୍କ ପାଇଁ ସୁଲଭ ମୂଲ୍ୟରେ ଉର୍ଜା ଯୋଗାଇବା, ଉର୍ଜା ବ୍ୟବହାରରେ ଦକ୍ଷତା ଏବଂ ଜଣେ ଦାୟିତ୍ୱବାନ ବୈଷୟିକ ନାଗରିକ ଭାବେ ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ପାଇଁ ସ୍ଥାୟୀ ଉର୍ଜାକୁ ଆଧାର କରି ଆମେ ଆଗାମୀ ପିଢିର ଭିତିଭୂମି ବିକାଶ କରୁଛୁ।
୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷେତ୍ରରେ ୪୫୦ ଗିଗାୱାଟ ଲକ୍ଷ୍ୟ ହାସଲ କରିବା ବ୍ୟତିତ ଭାରତ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ସମନ୍ୱିତ ବିକାଶ, ଜୀବାଶ୍ମ ଇନ୍ଧନର ବ୍ୟବହାର, ହାଇଡ୍ରୋଜେନ ଭଳି ଇନ୍ଧନକୁ ଗୁରୁତ୍ୱ ଓ ଡିଜିଟାଲ ଟେକ୍ନୋଲୋଜି ଉପରେ ଅଧିକ ଧାନ ଦେଉଛି। ଆମର ଉର୍ଜା ଏଜେଣ୍ଡା ଅନ୍ତର୍ଭୃକ୍ତିକରଣ ଏବଂ ବଜାର ଆଧାରିତ ଓ ଜଳବାୟୁ ସହଯୋଗୀ।
କରୋନା ମହାମାରୀ ମଧ୍ୟରେ ଭାରତୀୟମାନେ ଆତ୍ମନିର୍ଭର ହେବାକୁ ସଂକଳ୍ପବଦ୍ଧ ଅଛନ୍ତି ଏବଂ ଆତ୍ମନିର୍ଭର ଭାରତ ସମସ୍ତଙ୍କ ମନରେ ଅଛି। ଏହି ସ୍ୱପ୍ନ ଏକ ପ୍ରତିଶ୍ରୁତିରେ ପରିଣତ ହେଉଛି। ଆଜି ୧୩୦ କୋଟି ଭାରତୀୟଙ୍କ ପାଇଁ ଆତ୍ମନିର୍ଭର ଭାରତ ଏକ ମନ୍ତ୍ର ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories