www.samajalive.in
Monday, December 8, 2025
16.1 C
Bhubaneswar

ରୋଜନେଫ୍ଟର ସିଇଓଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ରୋଜନେଫ୍ଟର ସିଇଓ ଇଗୋର ସଚିନଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ଅବସରରେ ରୋଜନେଫ୍ଟ ଏବଂ ଇଣ୍ଡିଆନ୍‍ ଅଏଲ ମଧ୍ୟରେ ହୋଇଥିବା ପ୍ରଥମ ଥର ଚୁକ୍ତି ଅନୁଯାୟୀ ଗତ ମାସରେ ପାରାଦୀପ ବନ୍ଦରରେ ଋଷରୁ ଅଶୋଧିତ ତୈଳ ପହଁଚାଇଥିବାରୁ ରୋଜନେଫ୍ଟର ସିଇଓ ସଚିନଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଋଷରେ ଭାରତୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ତୈଳ ଏବଂ ଗ୍ୟାସ ପୁଞ୍ଜିନିବେଶ, ଭାରତରେ ରୋଜନେଫ୍ଟର ପୁଞ୍ଜିନିବେଶ ଏବଂ ଭୋଷ୍ଟୋକ ପ୍ରକଳ୍ପର ଉନ୍ନତିକରଣ ଉପରେ ଧର୍ମେନ୍ଦ୍ର ସମୀକ୍ଷା କରିଥିଲେ। ଏହା ବ୍ୟତିତ ବିଶ୍ୱ ଶକ୍ତି ବଜାର ପାଇଁ ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ଭାରତୀୟ ତୈଳ ଏବଂ ଗ୍ୟାସ ରଷ୍ଟ୍ରାୟତ ଉଦ୍ୟୋଗ ଓ ରୋଜନେଫ୍ଟ ମଧ୍ୟରେ ସହଯୋଗ ବୃଦ୍ଧି କରିବା ନେଇ ଉଭୟ ବିଚାରବିମର୍ଷ କରିଥିଲେ। କରୋନା ପାଇଁ ବିଶ୍ୱ ତୈଳ ଏବଂ ଗ୍ୟାସ ବଜାରରେ ପଡିଥିବା ପ୍ରଭାବ ଏବଂ ଋଷିଆ ସମେତ ଓପେକ୍‍ ପ୍ଲସ ଦେଶ ଗୁଡିକରେ ତୈଳ ଉତ୍ପାଦନକୁ ହ୍ରାସ କରିବା ଘୋଷଣା ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିବା ଧର୍ମେନ୍ଦ୍ର ଟ୍ୱିଟ୍‍ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories