www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା ପାଇଁ  ଓଡ଼ିଶା ପ୍ରସ୍ତୁତ : ଧର୍ମେନ୍ଦ୍ର ପ୍ରଧାନ

-ବିଶ୍ୱ ବଜାରରେ ଆଗାମୀ ଦିନର ସମ୍ଭାବନାକୁ ଉପଯୋଗ କରିବାକୁ ପ୍ରସ୍ତୁତ ଓଡିଶା
-ଦେଶରେ ପୁଞ୍ଜିନିବେଶ ଅଭିବୃଦ୍ଧିର ଲାଭ ପାଇବା ମଧ୍ୟରେ ଆଗରେ ରହିବ ଓଡିଶା
-କୃଷି କ୍ଷେତ୍ରକୁ ନୂଆ ବଜାର ସହ ଯୋଡ଼ିବା ପାଇଁ ଆହ୍ୱାନ
-ଓଡିଶାର ଖଣିଜ ସମ୍ପଦକୁ ଗ୍ଲୋବାଲ ଚେନରେ ଯୋଡିବାକୁ ଆହ୍ୱାନ
-କୁଚିଣ୍ଡାର ଲଙ୍କାକୁ ବିଶ୍ୱ ମାର୍କେଟ୍‍ ଓ ସୁନ୍ଦରଗଡର ଜୈବିକ କୃଷିକୁ ଆଗେଇ ନେବାକୁ ପଡ଼ିବ
-ଓଡିଶାରେ ଥିବା ସମ୍ଭାବନାକୁ ବଜାର ସହ ଯୋଡ଼ିବା ପାଇଁ ଉଦ୍ୟମ କରିବା ଆବଶ୍ୟକ
-ପୂର୍ବ ଭାରତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ବୋଲି ସୋମବାର ରାଉରକେଲା, ସମ୍ବଲପୁର ଏବଂ ଝାରସୁଗୁଡା ଆଇସିଏଆଇ ଶାଖା ପକ୍ଷରୁ ଆୟୋଜିତ ଭିଏସଏମ ସିରିଜର “ସିଏ : ଦି କାଟାଲିଷ୍ଟ – ଲର୍ଣ୍ଣିଂ,ଅନଲର୍ଣ୍ଣିଂ ଏବଂ ରିଲର୍ଣ୍ଣି” ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅମାପ ଖଣିଜ ସମ୍ପଦ, ଭୌଗଳିକ ସ୍ଥିତି ଏବଂ ବଜାର ସହିତ ଓଡିଶା ବିଶ୍ୱ ବଜାରରେ ଆଗାମୀ ଦିନର ସମ୍ଭାବନାକୁ ଉପଯୋଗ କରିବାକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଅଛି। ଅମାପ ଖଣିଜ ରାଜ୍ୟ ଭାବେ ଜଣାଶୁଣା ଓଡ଼ିଶାରେ ମାତ୍ରାଧିକ ଆଇରନ, କୋଇଲା, ବକ୍ସସାଇଟ, କ୍ରୋମାଇଟ ଗଚ୍ଛିତ ହୋଇ ରହିଛି ଏବଂ ଦେଶକୁ ଅଧିକ ରପ୍ତାନୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଇସ୍ପାତ ଓ ଆଲୁମିନିୟମ ଓଡ଼ିଶାରେ ଅଧିକ ମାତ୍ରାରେ ଉତ୍ପାଦନ ହେଉଛି। ଏହି ସବୁ ସାମଗ୍ରୀକୁ ଗ୍ଲୋବାଲ ଚେନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଆରମ୍ଭ କରିଛନ୍ତି।
ଆଗାମୀ ଦିନରେ ବିଦେଶରୁ ଯେଉଁ ପୁଞ୍ଜି ନିବେଶ ଅଭିବୃଦ୍ଧି ହେବ ଏହା ଦ୍ୱାରା ଭାରତ ବିଶ୍ୱରେ ସବୁଠୁ ଅଧିକ ଲାଭ ପାଇବ ଏବଂ ଏହି ଲାଭ ମଧ୍ୟରେ ଦେଶର ସବୁଠୁ ଲାଭ ପାଇବା ମଧ୍ୟରେ ରହିବ ଓଡ଼ିଶା ରାଜ୍ୟ। କାରଣ ଓଡ଼ିଶାର ସ୍ୱତନ୍ତ୍ର ଭୌଗଳିକ ଅବସ୍ଥିତି ସହ କଞ୍ଚାମାଲ ଏବଂ ପରିଶ୍ରମୀ ମାନବ ସମ୍ବଳର ବଡ ସୁଯୋଗ ଓଡ଼ିଶା ପାଖରେ ହିଁ ରହିଛି। ତେବେ ଏହି ସବୁ ବିଷୟକୁ ସାମାଜରେ ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ କାଟାଲିଷ୍ଟ ଭାବେ ପହଁଚାଇବାର କାମ ଚାଟାର୍ଡ ଆକାଉଣ୍ଟାଟ ମାନଙ୍କର ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା କୃଷି କ୍ଷେତ୍ରରେ ସମୃଦ୍ଧ। କୃଷି କ୍ଷେତ୍ରରେ ଓଡ଼ିଶା ନିଜକୁ ନିଜେ ବହୁତ ମଜବୁତ। ଓଡ଼ିଶାର ଧାନ, ଗହମ, ପନିପରିବା ହେଉ କିମ୍ବା ଦୁଗ୍ଧ, ସାମୁଦ୍ରିକ ଜାତ ଖାଦ୍ୟ ସାମଗ୍ରୀ, ପଶୁପାଳନ ; କୃଷି ବର୍ଜ୍ୟ ଅର୍ଥନୀତି ପାଇଁ ଓଡ଼ିଶା ଏକ ଭଲ ରାଜ୍ୟ। ଏହାକୁ ବାଣିଜ୍ୟିକ ପ୍ଲାଟଫର୍ମରେ ନେବାକୁ ପଡ଼ିବ ଓ ଖାଦ୍ୟ ପ୍ରକ୍ରିୟାକରଣ ସହ ଯୋଡ଼ିବାକୁ ହେବ। ନିକଟରେ ଭାରତ ସରକାର ନୂଆ କୃଷି ଆଇନ ଆଣିଛନ୍ତି। କୃଷି ଆଇନରେ କୃଷକଙ୍କ ପ୍ରତି ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରାଯାଇଛି। ଏହି ଆଇନରେ କୃଷି କ୍ଷେତ୍ରରେ ୧୦ ହଜାର କୃଷି ଉତ୍ପାଦ ସଂଗଠନ (ଏଫପିଓ) ଗଠନ ହେବ। କୃଷି କ୍ଷେତ୍ରକୁ ନୂଆ ବଜାର ସହ ଯୋଡ଼ିବା ପାଇଁ ଚାଟାର୍ଡ ଆକାଉଣ୍ଟାଟକୁ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କୁଚିଣ୍ଡାର ଲଙ୍କାକୁ ବିଶ୍ୱ ମାର୍କେଟ୍‍ ଓ ସୁନ୍ଦରଗଡରେ ଜୈବିକ କୃଷିକୁ ଆଗକୁ ନେବାରେ କାଟାଲିଷ୍ଟ୍‍ ବା ପ୍ରେରକ ଏହାର କିଏ ହେବ ବୋଲି ସେ କହିଛନ୍ତି।
ରାଜ୍ୟରେ ପେଟ୍ରୋକେମିକାଲର ବୃଦ୍ଧି ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି। ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ମଧ୍ୟ ଅପାର ସମ୍ଭାବନା ରହିଛି। ଶିକ୍ଷା ହେଉଛି ଓଡିଶାର ଲୋକଙ୍କ ଅନ୍ତର୍ନିହିତ ଶକ୍ତି। ଓଡିଶାରେ ଅନେକ ଅନୁଷ୍ଠାନ ଅଛି ଯାହା ଜାତୀୟ ସ୍ତରରେ ପ୍ରତିଷ୍ଠିତ। ଏହାବ୍ୟତିତ ଓଡ଼ିଶାର ଶିକ୍ଷା, ହସ୍ତତନ୍ତ, ବୟନଶିଳ୍ପ କ୍ଷେତ୍ରରେ ମଧ୍ୟ ବେଶ୍‍ ପରିଚିତ। ଆଗାମୀ ଦିନରେ ଏହା ବହୁଗୁଣିତ ହେବ। ସମସ୍ତକୁ ବଜାର ସହ ଯୋଡ଼ିବା ପାଇଁ ପ୍ରୟାସ କରିବାର ଆବଶ୍ୟକତା ରହିଛି। ଟେକ୍ନୋଲୋଜି ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ଓଡିଶାକୁ ସ୍ୱତନ୍ତ୍ର ଭାବରେ ସ୍ଥାନିତ କରାଯାଇଛି। ଓଡିଶାରେ ରହି ଦୁନିଆର ଯେକୌଣସି ସ୍ଥାନରେ କାମ କରିପାରିବେ, ଆଜି ସେପରି ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଭାରତ ତଥା ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଉତରପୂର୍ବ ରାଜ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ମିଶନ ପୂର୍ବୋଦୟ ଆରମ୍ଭ କରିଛନ୍ତି ଏବଂ ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories