www.samajalive.in
Saturday, December 6, 2025
26.1 C
Bhubaneswar

ୟୁକ୍ରେନ୍‌ ଉପରେ ଘନଘନ ଆକ୍ରମଣ କରୁଛି ରୁଷ, କିଭ୍‌ରେ ୨୨୮ ଜଣ ଲୋକଙ୍କ ମୃତ୍ୟୁ

କିଭ୍‌: ଥମୁନି ୟୁକ୍ରେନ୍‌-ରୁଷ ଯୁଦ୍ଧ  । ଆଜି ଯୁଦ୍ଧର ୨୫ ଦିନରେ ଦୁଇ ଦେଶଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି ।  ୟୁକ୍ରେନ ଉପରେ ଏବେ ବି ରୁଷ କରୁଛି ଘନଘନ ଆକ୍ରମଣ । ରୁଷିଆ ସେନା ପକ୍ଷରୁ ୟୁକ୍ରେନର ଅନେକ ସହରରେ ତୁହାକୁତୁହା ବୋମାମାଡ଼ କରାଯାଉଛି । ଏହି ଆକ୍ରମଣ ଯୋଗୁ ୟୁକ୍ରେନର ରାଜଧାନୀ କିଭରେ ଆଉ ୨୨୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ୟୁକ୍ରେନ୍‌ ମଧ୍ୟ ରୁଷକୁ ପାଲଟା ଜବାବ ଦେଉଥିବା ଦେଖିବାକୁ ମିଳୁଛି । ରୁଷର ସେନା ଉପରକୁ ଘନଘନ ଆକ୍ରମଣ କରୁଛି ୟୁକ୍ରେନ୍‌ । ତାହା ସହ ରୁଷିଆର ଲଢ଼ୁଆ ବିମାନ ଓ ଗାଡ଼ିଗୁଡ଼ିକୁ ନଷ୍ଟ କରୁଛି ୟୁକ୍ରେନ୍‌ । ୟୁକ୍ରେନ୍‌ ଆକ୍ରମଣରେ ରୁଷିଆର ୯୧୨ ଜଣ ଆହତ ହୋଇଥିବା ସୂଚନା ଦେଇଛି ୟୁକ୍ରେନ୍‌ । ଏହି ଆକ୍ରମଣ ଜୋରଦାର ହେଉଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଅନ୍ୟପଟେ ଯୁଦ୍ଧକୁ ନେଇ ଉଭୟ ଦେଶର ପ୍ରତିନିଧି ଅନେକଥର ବୈଠକ କରିସାରିଲେଣି ।

ହେଲେ ଯୁଦ୍ଧ ବନ୍ଦ କରିବା ନେଇ କୌଣସି ସମାଧାନ ବାଟ ବାହାରୁନାହିଁ । ଘଟଣାକୁ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ବାରମ୍ବାର ତାଙ୍କର ପ୍ରତିକ୍ରିୟା ରଖୁଛନ୍ତି । ରୁଷିଆକୁ ଯୁଦ୍ଧକୁ ନେଇ ଚେତାବନୀ ଦେବା ସହ ଯୁଦ୍ଧରୁ ନିଜପଟୁ ନ ଓହରିବାକୁ ନେଇ କହୁଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଅନ୍ୟପଟେ ଏନେଇ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ସିଧାସଳଖ ଆଲୋଚନା​‌ କରିବାକୁ କହିଛନ୍ତି ଜେଲେନସ୍କି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories