କିଭ୍: ଭୟଙ୍କର ହେଉଛି ରୁଷ-ୟୁକ୍ରେନ୍ ଯୁଦ୍ଧ । ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ଉଗ୍ରରୂପ ଧାରଣ କରୁଛି ଲଢ଼େଇ । ଆଜି ଯୁଦ୍ଧକୁ ୧୮ ଦିନ ହୋଇଥିବା ବେଳେ ରୁଷିଆ ଆହୁରି କଠୋର ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଛି । ୟୁକ୍ରେନର ରାଜଧାନୀ କିଭକୁ ଦଖଲ ପାଇଁ ସୈନ୍ୟ ବଢ଼ାଇଛି ରୁଷିଆ । କିଭ ଦଖଲ ପାଇଁ ରୁଷିଆ ନିର୍ଣ୍ଣାୟକ ଲଢ଼େଉ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ରାଜଧାନୀ କିଭର ୩ ପଟୁ ଘେରିଛନ୍ତି ରୁଷ ସେନା ।
କିଭ୍ ଅଭିମୁଖେ ରୁଷର ସେନା ଦ୍ରୁତ ଗତିରେ ମାଡିଆସୁଥିବା କୁହାଯାଉଛି । ତାହା ସହ କିଭ୍ ସହରର ଓବ୍ଲାଷ୍ଟ ଉପରେ ଜୋରଦାର ବୋମା ମାଡ଼ କରୁଛି ରୁଷ । ଆଜି ସକାଳେ କିଭ୍ର ଗ୍ରୀନ କରିଡରକୁ ମଧ୍ୟ ରୁଷ ସେନା ଆକ୍ରମଣ କରିଛି । ଗ୍ରୀନ କରିଡରରେ କିଛି ମହିଳାଙ୍କ ସମେତ ଶିଶୁଙ୍କ ମୃତ୍ୟୁ ହୋଇଛି । ଖାଲି ସେତିକି ନୁହେଁ କିଭରେ ସବୁ ସମୟରେ ଏୟାର ଆଟାକ୍ ସାଇରନ୍ ବାଜୁଥିବା ମଧ୍ୟ ଶୁଣିବାକୁ ମିଳୁଛି । କିଭକୁ ଦଖଲ କରିବାକୁ ରୁଷ ତିନି ପଟୁ ଘେରିରହି ଆକ୍ରମଣ କରୁଛି ।
ଉତ୍ତରରେ ଥିବା ଇରପିନ ପଟୁ ରୁଷ ସେନା ଧସେଇ ପଶୁଛି । ପଶ୍ଚିମରେ ପ୍ରବେଶ ପଥ ବୁଚା ପଟେ କିଭକୁ ପଶିବାକୁ ଉଦ୍ୟମ କରୁଛି ରୁଷ ଏବଂ ପୂର୍ବରେ ବ୍ରୋବରୀ ପଟୁ ରୁଷିଆ ସେନା କିଭରେ ପଶିବାକୁ ଉଦ୍ୟମ କରୁଛି ।



