ଭୁବନେଶ୍ବର: ସେପ୍ଟେମ୍ବର ୨୦ରୁ ଯୁକ୍ତ ୩ ଏବଂ ୟୁଜି ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ ଉଭୟ ଯୁକ୍ତ ୩ ଦ୍ବିତୀୟ ବର୍ଷ ଏବଂ ବିଭିନ୍ନ ୪ ବର୍ଷିଆ ୟୁଜି ପାଠ୍ୟକ୍ରମ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରାଯିବ। କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଜାରି କରିଥିବା କୋଭିଡ ନିୟମାବଳୀ ଅନୁପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ଉପରେ କଡ଼ାକଡ଼ି ପପକ୍ଷେପ ନେବାକୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା କଲେଜ ଆସିବେ ନାହିଁ। କ୍ୟାମ୍ପସ ମଧ୍ୟରେ କେହି ଛେପ ପକାଇବେ ନାହିଁ। ଏ ନେଇ ସବୁ କୁଳପତି ଏବଂ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି।
Popular Categories



