www.samajalive.in
Sunday, December 7, 2025
26.1 C
Bhubaneswar

ଅଯୋଧ୍ୟାରେ ହିଁ ଶୀଘ୍ର ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ : ଉଦ୍ଧବ ଠାକରେ

ଅଯୋଧ୍ୟା : ସାରା ଦେଶ ତଥା ବିଶ୍ବରେ ହିନ୍ଦୁ ସମାଜର ଏକତା ଜରୁରୀ । କେନ୍ଦ୍ରର ମୋଦୀ ସରକାର ହିନ୍ଦୁମାନଙ୍କୁ ସୁଦୃଢ କରିବା ଭଳି ସରକାର । ତେବେ ଆମର ସମ୍ପୂର୍ଣ୍ଣ ଭରସା ରହିଛି  କି, ରାମ ମନ୍ଦିରର ନିର୍ମାଣ ଶୀଘ୍ର ଆରମ୍ଭ ହେବ।  ଅଯୋଧ୍ୟାରେ ଶିବସେନା ସାଂସଦ ଓ ପରିବାର ସଦସ୍ୟଙ୍କ ସହିତ ରାମଲାଲାଙ୍କ ଦର୍ଶନ ପରେ ଦଳର ସୁପ୍ରିମୋ ଉଦ୍ଧବ ଠାକରେ ଗଣମାଧ୍ୟମକୁ ସମ୍ବୋଧନ କରି ଏହା କହିଛନ୍ତି । ଶ୍ରୀ ଠାକରେ କହିଛନ୍ତି ବାବ୍ରି ମସଜିତ ଢାଞ୍ଚା ଭାଙ୍ଗିବ‌ାରେ ଶିବସେନା ଆଗରେ ଥିଲା, ଏବେ ମନ୍ଦିର ନିର୍ମାଣାରେ ମଧ୍ୟ ଆମେ ଆଗକୁ ଆସିଛୁ । ଦେଶର ହିନ୍ଦୁ ସମାଜ ଏକାଠି ହେବାରେ ଲାଗିଛି, ଯାହା ଏକ ଭଲ ଖବର । ଆମେ ଏଠାକୁ ରାମଲାଲାଙ୍କ ଆଶୀର୍ବାଦ ନେବାକୁ ଆସିଛୁ । କିନ୍ତୁ ବାରମ୍ବାର ଏଠାକୁ ଆସିବାକୁ ଇଚ୍ଛା ହେଉଛି।

ରାମ ମନ୍ଦିର ଅଯୋଧ୍ୟାରେ ହିଁ ନିର୍ମାଣ ହେବ ବୋଲି ସେ ଦୋହରାଇଛନ୍ତି । ଯଦି କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣନ୍ତି ତେବେ ଆମେ ନିଶ୍ଚୟ ସମର୍ଥନ କରିବୁ।

- Advertisement -
Photo Credit : amar ujala

ଉଦ୍ଧବ ଠା​‌କରେ ରବିବାର ରାମଲାଲାଙ୍କ ଦର୍ଶନ କରିବା ସହିତ ସାଧୁସନ୍ଥମାନଙ୍କ ଆଲୋଚନା କରିଛନ୍ତି । ​‌ ସନ୍ଥ ସମାଜ ପକ୍ଷରୁ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଇଥିଲା। ଉଦ୍ଧବଙ୍କ ସହିତ ଅଯୋଧ୍ୟ ଯାଇଥିବା ଦଳର ସାଂସଦ ସଞ୍ଜୟ ଯାଦବ କହିଛନ୍ତି ଯେ, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉ ଏହା କେବଳ ଶିବ ସେନା ନୁହେଁ ବରଂ ସଂମ୍ପୂର୍ଣ୍ଣ ହିନ୍ଦୁ ସମାଜ ଚାହୁଁଛି । ଶିବସେନାର ପ୍ରଦେଶ ଉପ-ପ୍ରମୁଖ ଅଭୟ ଦ୍ବିବେଦୀ, କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତ,ସଦାଶିବ ଲୋଖଣ୍ଡେ ଏବଂ ଓମ୍ ରାଜେଙ୍କ ସମେତ ଅନ୍ୟ ସାଂସଦମାନେ ଅଯୋଧ୍ୟା ଯାଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories