www.samajalive.in
Monday, December 8, 2025
16.1 C
Bhubaneswar

କଳିଙ୍ଗରେ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଆରମ୍ଭ

ଭୁବନେଶ୍ବର : ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ। ଭାରତରେ ପ୍ରଥମଥର ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଆୟୋଜନ ହେଉଥିବା ବେଳେ ଏହାର ଉଦ୍‌ଘାଟନ ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ଭାରତ ଓ ଆମେରିକା ମଧ୍ୟରେ ଖେଳା ଯାଇଥିବା ୨ୟ ମ୍ୟାଚ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏହି ବିଶ୍ବକପ୍‌ରୁ ଉଦ୍‍ଘାଟନ କରିଥିଲେ। ଭାରତ ଓ ଆମେରିକା ଦଳର ଅଧିନାୟିକାଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରିଚିତ ହେବା ସହିତ ବିଶ୍ବକପ୍‌କୁ ଉଦ୍‍ଘାଟନ ଘୋଷଣା କରିଥିଲେ।
ଓଡ଼ିଶାରୁ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ର ଶୁଭାରମ୍ଭ ହେବା ସହ ଦେଶର ଶ୍ରେଷ୍ଠ କ୍ରୀଡ଼ା ଆୟୋଜକ ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶା ସାରାଦେଶରେ ପ୍ରଶଂସା ସାଉଁଟିଛି। ଏହି ନିରାଡ଼ମ୍ବର ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଫିଫା ମହାସଚିବ ଫାତମା ସମୌରା, ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ, ସମ୍ପାଦକ ଡ. ସାଜି ପ୍ରଭାକରନ, କୋଷାଧ୍ୟକ୍ଷ କିପା ଅଜୟ, ୫-ଟି ସଚିବ ଭି.କେ ପାଣ୍ଡିଆନ, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଖେଳ ଆରମ୍ଭରୁ ଆତଶବାଜି ପ୍ରଦର୍ଶନରେ କଳିଙ୍ଗ ଷ୍ଟାଡିୟମ ଚମକି ଉଠିଥିଲା। ଏହି ଅବସରରେ ଏଆଇଏଫ୍‌ଏଫ୍‌ ଓ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ପକ୍ଷରୁ ଫିଫା ସଚିବ ଫାତମା ସମୌରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଏହି ବିଶ୍ବକପ୍‌ରେ ବିଶ୍ବର ଶ୍ରେଷ୍ଠ ୧୬ଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କୁ ୪ଟି ଗ୍ରୁପ୍‌ରେ ରଖାଯାଇଛି। ଭୁବନେଶ୍ବର ସହ ନବି ମୁମ୍ବଇ ଓ ଗୋଆର ଫାଟୋର୍ଡାରେ ଏହି ବିଶ୍ବକପ୍‌ର ମ୍ୟାଚ୍‌ସବୁ ଖେଳାଯିବ। ଗ୍ରୁପ୍‌ ‘ଏ’ର ଲିଗ୍‌ ମ୍ୟାଚ୍‌ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି। ୩୦ରେ ଫାଇନାଲ ମ୍ୟାଚ୍‌ ଖେଳଯିବ। ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ ବ୍ରାଜିଲ ଜିତିଥିବା ବେଳେ ୨ୟ ମ୍ୟାଚ୍‌ରେ ଭାରତକୁ ୮-୦ ଗୋଲ୍‌ରେ ଆମେରିକା ପରାସ୍ତ କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories