www.samajalive.in
Tuesday, December 9, 2025
15.1 C
Bhubaneswar

ଲାଞ୍ଚ ନେଇ ଧରାପଡ଼ିଲେ ବରପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ୨ କର୍ମଚାରୀ

ସମାଜଲାଇଭ ଡେସ୍କ: ବରଗଡ଼ ଜିଲା ବରପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ୨ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଧରାପଡ଼ିଛନ୍ତି। ଅନ୍ୟ ଜଣେ କର୍ମଚାରୀଙ୍କ ବକେୟା ଦରମା କ୍ଲିଅର କରିବା ଲାଗି ୭ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଛନ୍ତି। ଅଭିଯୁକ୍ତଦ୍ଵୟ ହେଲେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଆକାଉଣ୍ଟାଣ୍ଟ ଶେଖରଚନ୍ଦ୍ର ସାହୁ ଏବଂ ପିଅନ ତମନ୍ନା ସାହୁ।

ସୂଚନା ଅନୁସାରେ, ସ୍ଵାସ୍ଥ୍ୟକେନ୍ଦ୍ରର ଜଣେ ସ୍ଵାସ୍ଥ୍ୟକର୍ମୀ ବକେୟା ଦରମା କ୍ଲିଅର କରିବାକୁ ଆକାଉଣ୍ଟାଣ୍ଟ ଶେଖରଙ୍କୁ ଅନୁରୋଧ କରିଆସୁଥିଲେ। ୩ ମାସ ବିତିଯିବା ସତ୍ବେ ସେ ଦରମା ରିଲିଜ କରି ନ ଥିଲେ। ବରଂ ୭ ହଜାର ଟଙ୍କା ଦାବି କରିଥିଲେ। ଯାହାଫଳରେ ସ୍ଵାସ୍ଥ୍ୟକର୍ମୀ ଜଣକ ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶନିବାର ସ୍ଵାସ୍ଥ୍ୟକର୍ମୀ ଜଣକ ପୋନ୍‌ ପେ’ ଜରିଆରେ ଶେଖର ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ।

- Advertisement -

ଏହା ପରେ ଭିଜିଲାନ୍ସ ପକ୍ଷରୁ ଶେଖରଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଏ ନେଇ ଏକ ମାମଲା ରୁଜୁ ​ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories