www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ବିଟର ସିଇଓଙ୍କ ଆକାଉଣ୍ଟ ହ୍ୟାକ୍‌

ସାନ୍‌ ଫ୍ରାନ୍ସିସ୍କୋ: ଟ୍ବିଟର ପ୍ରତିଷ୍ଠାତା ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍‌ ଡୋର୍ସୀଙ୍କ ଟ୍ବିଟର ଆକାଉଣ୍ଟକୁ ହ୍ୟାକ୍‌ ହୋଇଯାଇଛି। ହ୍ୟାକର ଆକାଉଣ୍ଟ ହ୍ୟାକ କରି ସେଥିରେ ଅନେକ ଅପମାନଜନକ ମେସେଜ ପୋଷ୍ଟ କରିଛନ୍ତି। ଟ୍ବିଟର ପକ୍ଷରୁ ଏ ନେଇ ସୂଚନା ଦେଇ ସ୍ପଷ୍ଟ କରାଯାଇଛି। ଟ୍ବିଟର ପ୍ରତିଷ୍ଠାତାଙ୍କ ଆକାଉଣ୍ଟ ହ୍ୟାକ୍‌ ହେବା ପରେ ଏହାର ବ୍ୟବହାରକାରୀ ଅନେକ ପ୍ରଶ୍ନ ଉଠାଇଛନ୍ତି। ଜ୍ୟାକ୍‌ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବାରେ ବିଫଳ ହୋଇଥିବାବେଳେ କୋଟି କୋଟି ବ୍ୟବହାରକାରୀଙ୍କ ଆକାଉଣ୍ଟଙ୍କ କିପରି ସୁରକ୍ଷିତ ରହିବ ବୋଲି ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି। ବହୁ ବ୍ୟବହାରକାରୀ କ’ଣ ପାଇଁ ଟ୍ବିଟର ପ୍ରତିଷ୍ଠାତା ନିଜ ଆକାଉଣ୍ଟକୁ ଟୁ ଫ୍ୟାକ୍ଟର ଅଥେଣ୍ଟିକେଶନ ନିରାପତ୍ତା ମଧ୍ୟରେ ରଖିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଟ୍ବିଟର ଏହାର ମୁଖ୍ୟଙ୍କ ଆକାଉଣ୍ଟକୁ ନିରାପଦ ରଖି ନ ପାରିବା ଅନେକ ବ୍ୟବହାରକାରୀଙ୍କୁ ବିବ୍ରତ କରିଛି।

ଟ୍ବିଟରର ଜଣେ ମୁଖପାତ୍ର କହିଛନ୍ତି,  ହ୍ୟାକର୍ସ ଜ୍ୟାକ୍‌ଙ୍କ ଆକାଉଣ୍ଟରେ ଅନେକ ଜାତିଗତ ଆକ୍ଷେପ କରି ମେସେଜ ପୋଷ୍ଟ କରିଛନ୍ତି। ଏହା ସହିତ ‘ହାଜ୍‌ ଟ୍ୟାଗ୍‌ ଚକଲିଂ ସ୍କ୍ବାଡ୍‌’ ଲେଖାଯାଇଛି, ଯାହା ହ୍ୟାକରଙ୍କ ପରିଚୟ ବୋଲି ସେ କହିଛନ୍ତି। ଆଉ ଏକ ମେସେଜରେ ଜର୍ମାନୀର ନାଜିମାନଙ୍କୁ ସମର୍ଥନ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories