www.samajalive.in
Tuesday, December 9, 2025
26.1 C
Bhubaneswar

ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା, ରୋଷେଇ ଘରୁ ଝୁଲନ୍ତା ମୃତଦେହ ଜବତ

ମୁମ୍ବଇ: ଲୋକପ୍ରିୟ ଟିଭି ସିରିଏଲ କାହାନୀ ଘର୍‌ ଘର୍‌ କୀ’ ସମେତ ଏକାଧିକ ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସମୀର ଶର୍ମାଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ପଶ୍ଚିମ ମାଲଦାର ଚିଞ୍ଚୋଲି ବଣ୍ଡରସ୍ଥିତ ଭଡ଼ାଘରର ରୋଷେଇଘରୁ ଝୁଲନ୍ତା ଅବସ୍ଥାରେ ସମୀରଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ ମିଳି ନ ଥିବାବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ସମୀରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ସିଭି ସିରିଏଲ ଏବଂ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ମାଲଦା ପୁଲିସ କହିଛି ଯେ, ପାରିପାର୍ଶ୍ଵିକ ସ୍ଥିତିରୁ ସମୀର ୨ ଦିନ ତଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ୪୪ ବର୍ଷୀୟ ସମୀର ପୂର୍ବରୁ ପଶ୍ଚିମ ମାଲଦାର ଅହିଂସା ମାର୍ଗରେ ଥିବା ନେହା ସିଏଚଏସ ବିଲ୍ଡିଂରେ ରହୁଥିଲେ। ତେବେ ଗତ ଫେବୃୟାରୀରେ ସେ ଚିଞ୍ଚୋଲି ବଣ୍ଡରରେ ଏକ ଭଡ଼ା ଘର ନେଇ ସେଠାରେ ରହୁଥିଲେ। ଗତ ରାତିରେ ସମୀରଙ୍କ ରୋଷେଇ ଘରେ ତାଙ୍କ ମୃତଦେହ ଝୁଲୁଥିବା ସୋସାଇଟିର ୱାଚ୍‌ମ୍ୟାନ୍‌ ଝରକା ବାଟେ ଦେଖିବା ପରେ ଅନ୍ୟମାନଙ୍କୁ ଜଣାଇଥିଲେ। ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା।

- Advertisement -

ସମୀର ଶେଷ ଥର ଲାଗି ଜୁଲାଇ ୨୯ରେ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଏକ ସମୁଦ୍ର ଫଟୋ ଶେୟାର କରିଥିଲେ। ଏହା ସହିତ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ମାନସିକ ଅବସ୍ଥା ନେଇ ମଧ୍ୟ ପୋଷ୍ଟ କରିଥିଲେ।

ସୂଚନାଯୋଗ୍ୟ, କାହାନୀ ଘର୍‌ ଘର୍‌ କୀ, ଇସ୍‌ ପ୍ୟାର୍‌ କୋ କ୍ୟା ନାମ୍‌ ଦୁଁ, କ୍ୟୁଁ କି ଶାସ୍‌ ଭି କଭି ବହୁ ଥି, ଜ୍ୟୋତି ଏବଂ ଲେଫ୍ଟ ରାଇଟ୍‌ ଲେଫ୍ଟ ସିରିଏଲରେ ସମୀର ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଏହା ସହିତ ସେ ଶେଷ ଥର ପାଇଁ ୟେ ରିସ୍ତେ ହେଁ ପ୍ୟାର୍‌ କେ’ରେ ବି ନଜର ଆସିଥିଲେ। ସେହିପରି ଇତ୍‌ଫାକ୍‌ ଏବଂ ହସି ତୋ ଫସି ସମେତ ଏକାଧିକ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories