www.samajalive.in
Tuesday, December 9, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ ଏପରିକି ବାଣିଜ୍ୟ କାରବାରରୁ ଅର୍ଥାଗମ ହେବ। ପ୍ରଭୂତ ସୁଖ ଭୋଗ କରିବେ। ସୁସ୍ଥ ଓ ନିରାମୟ ରହିବେ।

ବୃଷ: ଭ୍ରାତୃତ୍ବର ବନ୍ଧନ ନିବିଡ଼ ହୋଇପାରେ। ଶତ୍ରୁ ନିରସ୍ତ୍ର ସାଜିଥିବାବେଳେ ଅସୁସ୍ଥତାରୁ ବେଦନାସିକ୍ତ ବିଶ୍ରାମ ନେଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିପାରନ୍ତି। ଅପାତ୍ରରେ ଦାନ କରି ପଶ୍ଚାତାପ କରିବେ।

- Advertisement -

ମିଥୁନ: ବୁଦ୍ଧିମତାର ପରିଚୟ ସୃଷ୍ଟି କରିବେ। ନିଧି ପ୍ରାପ୍ତି​‌େ​‌ର ସନ୍ତୁଷ୍ଟ ହେବେ। ପତ୍ନୀ ଆଜ୍ଞାକାରିଣୀ ହେବେ। ବହୁ ସୁଖ ଭୋଗର ସୂଚନା ମିଳୁଛି। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କର୍ମଠ ହେବେ।

କର୍କଟ: କୁଳ ପ୍ରଧାନ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ମିତ୍ର ଓ ଆତ୍ମଜଙ୍କ ସହିତ ନିସର୍ଗ ସୁଖର ଅଧିକାରୀ ହେବେ। ଆପଣଙ୍କ ମହାନ୍‌ ବ୍ୟକ୍ତିତ୍ବ ନିକଟରେ ଅନୁଗତମାନେ ପଦାନତ ହେବେ। ଧର୍ମଜ୍ଞ ହେବେ।

ସିଂହ: ଆତ୍ମବିଶ୍ବାସୀ ହେବେ। ଭାଷା ସ୍ନେହଶୀଳ ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ସୁଖରେ ଅଧୀର କିମ୍ବା ଦୁଃଖରେ ମ୍ରିୟମାଣ ହେବେ ନାହିଁ। ରାଜାର ପ୍ରଜା ହେବେ ନାହିଁ କି କୌଣସି ପ୍ରଜାର ରାଜା ହେବେ ନାହିଁ।

କନ୍ୟା: ସ୍ବଅର୍ଜିତ ଧନ ଭୋଗ କରିବେ। ଅଞ୍ଚଳର ଅଧିପତି କିମ୍ବା ଅଧିପତିଙ୍କର ପରାମର୍ଶଦାତା ହୋଇପାରନ୍ତି। ବହୁ ମିତ୍ରଙ୍କ ପ୍ରେରଣାର ଉତ୍ସ ହୋଇ, ସମ୍ମାନିତ ହେବେ। ବକେୟା ଅର୍ଥ ମିଳିବାର ସୁଯୋଗ ରହିଛି।

ତୁଳା: ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଅପରୂପ ମୁଖଯୁକ୍ତ ସୁସ୍ଥ ଓ ନୀରୋଗ ଶରୀର ସମ୍ପନ୍ନ ହେବେ। ଧର୍ମଜ୍ଞାନରେ ଯୁଧିଷ୍ଠିରଙ୍କ ଅନୁଗତ ହେବେ। ଚଳଣି ରାଜସିକ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବିଛା: ଅଦ୍ଭୁତ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। କଠୋର ଶ୍ରମ ସ୍ବୀକାର କରି ନିଜର ଓ ପରିବାରର ଚଲାପଥକୁ କୁସୁମିତ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଥଣ୍ଡାରେ ଆକ୍ରାନ୍ତ ହୋଇପାରନ୍ତି।

ଧନୁ: ବକ୍ତବ୍ୟ ପ୍ରାଣସ୍ପର୍ଶୀ ହେବ। ସନ୍ମାର୍ଗୀ ହୋଇପାରନ୍ତି। ପ୍ରମଦାପ୍ରିୟ ହେବାର ସୂଚନା ମିଳୁଛି। ଜଣେ ବିଜ୍ଞ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଦିଗ୍‌ଦର୍ଶନକାରୀ ହେବେ। ସରକାରୀ ଅନୁଦାନ ମିଳିପାରେ।

ମକର: ବୁଦ୍ଧିବଳରେ ନିଧି ପ୍ରାପ୍ତିର ସୂଚନା ମିଳୁଛି। କୃଷି ଉପରେ ପ୍ରାଧାନ୍ୟ ଦେବେ। ରାଜତୁଲ୍ୟ ସୁଖ ଭୋଗ କରିପାରନ୍ତି। ପୂଜ୍ୟପୂଜାର ପାତ୍ର ହୋଇପାରନ୍ତି। ମହିମାମୟ ହେବେ। ବାଣିଜ୍ୟ ଲାଭପ୍ରଦ ହେବ।

କୁମ୍ଭ: ମହନୀୟ ପଦପଦବୀରେ ଆରୁଢ଼ ହୋଇପାରନ୍ତି। ନିଜର ବନ୍ଧୁବାନ୍ଧବ, ପ୍ରଣୟୀ, ସୁତାସୁତଙ୍କ ପ୍ରତି ବାତ୍ସଲ୍ୟ ସ୍ନେହ ରହିବ। ଭାଗ୍ୟ ଡୋରୀକୁ ଭାଗ୍ୟ ହାତରେ ସମର୍ପି ନ ଦେଇ ନିଜ ହାତ ମୁଠାରେ ରଖିବେ।

ମୀନ: ମିଥ୍ୟା, ଆଳସ୍ୟ ଓ ପରଶ୍ରୀକାତରତା ପାପମତିରୁ ଓହରି ଆସି ସୁପୁଣ୍ୟର ଆଶ୍ରିତ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ପ୍ରାପ୍ତି ହେବେ। ସତର୍କତାର ସହ ଚଳିବାକୁ ପଡ଼ିପାରେ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories