www.samajalive.in
Sunday, December 14, 2025
16.1 C
Bhubaneswar

ରାଶିଫଳ: ଆଜି ସାରାଦିନ ସତର୍କ ରହିବାକୁ ପଡ଼ିବ

ମେଷ: ଶତ୍ରୁ ଯେତେ ବଳବାନ ହେଉନା କାହିଁକି ତା’ ଉପରେ ବିଜୟ ହାସଲ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ବୃଷ: ବକ୍ତୃତା ପ୍ରତିଯୋଗିତା ପାଇଁ ପୂର୍ବ ପ୍ରସ୍ତୁତି ସ୍ବରୂପ ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀ ପ୍ରେରଣାଦାୟୀକା ହେବେ।

- Advertisement -

ମିଥୁନ: ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତାର ସୁପରିଚାଳନା କରି ପ୍ରଶଂସାର ପାତ୍ର ହେବା ସହିତ ଖୁବ୍‌ଶୀଘ୍ର ଉଚିତ ପ୍ରାପ୍ୟ ପାଇବେ। ଯାନବାହନ ସୁଖ ମିଳିବ।

କର୍କଟ: ବିଭିନ୍ନ ସ୍ତରରୁ ଅର୍ଥାପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ରହିଛି। ଦେବଦର୍ଶନରେ ସମସ୍ତ ଅଭିଷ୍ଟର ବିଲୁପ୍ତି ଘଟିବ। ଅଶାନ୍ତି ଦୂର ହେବ ଓ ଶାନ୍ତିର ଫେରିବ।

ସିଂହ: ରକ୍ଷଣଶୀଳ ଓ ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରିବେ। କର୍ମ ଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

କନ୍ୟା: ଧନବାନ୍‌ ହେବେ। ଭାଗ୍ୟର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ବୃଦ୍ଧି ହେବ। ଶକ୍ତିମାନ ହେବେ। ଶାରୀରିକ ଗଠନ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତ ହେବ।

ତୁଳା: ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିବେ। ବିବାଦରେ ଭାଗ ନ ନେଇ ନିରବ ଦର୍ଶକ ସାଜିବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ହୋଇପାରେ।

ବିଛା: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମ ଚଞ୍ଚଳ ରହିବେ।

ଧନୁ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିଭିନ୍ନ ସ୍ତରରୁ ଧନାଲାଭ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଆଶ୍ରିତ ଓ ଅନୁଗତଙ୍କର ନମସ୍ୟା ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।

କୁମ୍ଭ: ଆଜି ସାରାଦିନ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସହଯୋଗୀମାନେ କରଛଡ଼ା ଦେଇପାରନ୍ତି। ଯାନବାହନ ଚଳାଚଳରେ ସତର୍କ ରହିବେ। ଜଳଯାତ୍ରା ନକରିବା ଭଲ।

ମୀନ: ଆଜି ଦିନଟି ଆପଣଙ୍କର ଅତ୍ୟନ୍ତ ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଅମୃତ ତୁଲ୍ୟ ଭୋଜନ ପାଇ ପରିତୃପ୍ତି ଲାଭ କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories