www.samajalive.in
Sunday, December 7, 2025
14.1 C
Bhubaneswar

୨୨ ପୂର୍ବରୁ ପୁଟିନ-ଟ୍ରମ୍ପ-ଜେଲେନସ୍କି ଆଲୋଚନା, ଡନବାସ ହରାଇପାରେ ୟୁକ୍ରେନ

ସମାଜ ଡିଜିଟାଲ ଡେସ୍କ: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ତ୍ରିପାକ୍ଷିକ ବୈଠକ ପାଇଁ ଯୋଜନା କରୁଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗୋଟିଏ ଟେବୁଲକୁ ଆଣି ସେମାନଙ୍କ ସହିତ ନିଜେ ଯୁଦ୍ଧ ବିରତି ଆଲୋଚନା କରିବେ। ଆସନ୍ତା ୨୨ ତାରିଖ ପୂର୍ବରୁ ଏହି ବୈଠକ ଆୟୋଜନ ହେବ ବୋଲି ସୂଚନା ମିଳିଛି। ତେବେ ଶାନ୍ତି ଚୁକ୍ତିରେ ୟୁକ୍ରେନକୁ କିଛି ଅଞ୍ଚଳ ହରାଇବାକୁ ପଡ଼ିବାରେ। ଯଦିଓ ଜେଲେନସ୍କି ଏଥିପାଇଁ ରାଜି ନୁହନ୍ତି, ତଥାପି ଟ୍ରମ୍ପ ବାଃ ବାଃ ନେବା ଲାଗି ୟୁକ୍ରେନ ଉପରେ ଚାପ ପକାଇବେ ନିଶ୍ଚୟ। ପୂର୍ବରୁ ମଧ୍ୟ ସେ ଅନେକ ଥର ଇସାରା କରିସାରିଛନ୍ତି ଯେ, ଜେଲେନସ୍କି କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ କରିବାକୁ ପ୍ରସ୍ତୁତ ରୁହନ୍ତୁ।

ତେବେ ରୁଷର ଦାବି ଯୁକ୍ତିଯୁକ୍ତ ହୋଇଥିବାରୁ ଟ୍ରମ୍ପ ସେଥିରେ ହସ୍ତକ୍ଷେପ କରିବା ସମ୍ଭାବନା କ୍ଷୀଣ। ରୁଷ ଦାବି କରିଛି ଯେ, ଯୁଦ୍ଧ ସମୟରେ ୟୁକ୍ରେନର ଯେଉଁ ଅଞ୍ଚଳ କବଜା କରିଛି ତାହାକୁ ସେ ନିଜ ଦଖଲରେ ରଖିବ। ଏହା ବ୍ୟତୀତ ୨ୟ ଦାବିରେ ୟୁକ୍ରେନ ନାଟୋରେ ସାମିଲ ହେବ ନାହିଁ। ୩ୟରେ ୟୁରୋପୀୟ ସଂଘ ଦ୍ଵାରା ଲଗାଯାଇଥିବା ସାଙ୍କସନ ପ୍ରତ୍ୟାହାର। ଏସବୁ ଦାବି ଉପ​‌ରେ ଟ୍ରମ୍ପ କୌଣସି ବିରୋଧ କରି ନାହାନ୍ତି। ତେଣୁ ୟୁକ୍ରେନକୁ କିଛି ଅଞ୍ଚଳର ହରାଇବାକୁ ପଡ଼ିପାରେ ବୋଲି କୁହାଯାଉଛି। ବିଶେଷ କରି ରୁଷ ୟୁକ୍ରେନର ଡନବାସ ସହରର ଅନେକ ଅଂଶ କବଜା କରିସାରିଛି। ଅବଶିଷ୍ଟ ଅଂଶ ୟୁକ୍ରେନକୁ ହସ୍ତାନ୍ତର କରିବାକୁ ପଡ଼ିପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories