www.samajalive.in
Monday, December 8, 2025
14.1 C
Bhubaneswar

ଓଲଟିଲା ଟାଇଲ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର 

ସୁଆଣ୍ଡୋ : ଭୁବନେଶ୍ବରରୁ ଟାଇଲ ବୋଝେଇ ହୋଇ ସୁଆଣ୍ଡୋ ଆସୁଥିବା ବେଳେ କଳାପାହାଡ ଗ୍ରାମ ନିକଟରେ ରାସ୍ତା ଦବି ଯିବା ହେତୁ ଟ୍ରକଟି ଓଲଟି ପଡିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଗ୍ରାମବାସୀ ଟ୍ରକରେ ଚାପି ହୋଇ ରହିଥିବା ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଗବକୁଣ୍ଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରୁ ତାଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ।  ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ପୁରୀ ହାସପାତାଳକୁ ପଠାଯାଇଛି। ସୂଚନାଯୋଗ୍ୟ, ଗୋପବନ୍ଧୁଙ୍କ ଗ୍ରାମକୁ ରାସ୍ତା ନିର୍ମାଣ କାମ କରିବା ପାଇଁ ସରକାର ଅର୍ଥ ମଞ୍ଜୁର କରିଥିଲେ। ଗ୍ରାମ ଗୃହ ଓ ରାସ୍ତା ନିର୍ମାଣ ବିଭାଗ ପକ୍ଷରୁ  ନିଯୁକ୍ତ ଠିକାଦାର ରାସ୍ତା କାମ ଛଅମାସ ତଳେ ଆରମ୍ଭ କରିଥିଲେ। ଠିକାଦାର ରାସ୍ତାକୁ ଖୋଳିତାଡି ଚାଲି ଯାଇଛନ୍ତି । ଜିଲାପାଳଙ୍କ ସୁଆଣ୍ଡୋ ଗସ୍ତ ସମୟରେ ବିଭାଗୀୟ ଅଧିକାରୀଙ୍କୁ ରାସ୍ତା କାମ ତୁରନ୍ତ ସାରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କୁ ନିଷ୍କ୍ରିୟତା ଯୋଗୁ କଳାପାହାଡ ଠାରୁ ସୁଆଣ୍ଡୋ ମାତ୍ର ପାଞ୍ଚଶହ ମିଟର ରାସ୍ତା ନିର୍ମାଣ ହୋଇପାରୁ ନାହି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ହୋଇ ନ ଥିବା ଦୃଷ୍ଟିରୁ ଏପରି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋକୁ ଐତିହ୍ୟ ଗ୍ରାମ ଭାବେ ଘେଷଣା କରାଯିବା ପରେ ଗ୍ରାମ ରାସ୍ତାରେ ବିଛାଯିବା ପାଇଁ ଏହି ଟାଇଲ ଯାଉଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories