www.samajalive.in
Sunday, December 7, 2025
14.1 C
Bhubaneswar

ବାବୁଲା ରାୟଙ୍କ ଦେହାନ୍ତ, ତ୍ରିଜଙ୍ଗାକୁ ମୁରବୀଶୂନ୍ୟ କଲା : ପୂର୍ବତନ ଅର୍ଥମନ୍ତ୍ରୀ

ଯାଜପୁର : ଦାନଗଦୀ ବ୍ଲକ ତ୍ରିଜଙ୍ଗା ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ସ୍ୱର୍ଗତ ବାବୁଲା(ପ୍ରଫୁଲ) ରାୟଙ୍କ ଆକସ୍ମିକ ବିୟୋଗ, ମୋ ପାଇଁ ଅପୂରଣୀୟ କ୍ଷତି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡେଇ କହିଛନ୍ତି। ବାବୁଲା ମୋ ପୁଅ ପରି; ବ୍ୟକ୍ତିଗତ ଭାବେ କହିବି ସେ ଜଣେ ଭଲ ମଣିଷଟିଏ ଥିଲା। ଲୋକଙ୍କ ସେବାକୁ ସର୍ବଦା ପ୍ରାଥମିକତା ଦେଉଥିବାରୁ ଆମ ଦଳ ବିଜେଡି ସମର୍ଥନରେ ତାଙ୍କୁ ତ୍ରିଜଙ୍ଗା ସରପଞ୍ଚ ଭାବେ ନିର୍ବାଚିତ କରାଇଥିଲୁ। ଯଦିଓ ସେ ବିଜେଡିର ନେତୃତ୍ୱ ନେଉଥିଲେ,କିନ୍ତୁ ତାଙ୍କର ମିଷ୍ଟଭାଷୀ ବ୍ୟବହାର ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ। ବାବୁଲାଙ୍କ ଅନୁପସ୍ଥିତି ତ୍ରିଜଙ୍ଗାକୁ ମୁରୁବୀଶୂନ୍ୟ କରିଦେଇଛି । ତାଙ୍କର ଅବର୍ତ୍ତମାନର ସମ୍ବାଦ,ମୋତେ ଗଭୀର ମର୍ମାହତ କରିଛି । ବାବୁଲାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏଭଳି ଦୁଃଖଦ ମୁହୂର୍ତ୍ତରେ ଭଗବାନ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories