ଭୁବନେଶ୍ୱର : ନୂଆବର୍ଷ ଜାନୁଆରୀ ୧ ତାରିଖରୁ ପରିବହନ ବିଭାଗର ସବୁ କାମ ଅନଲାଇନରେ ହେବ । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅନଲାଇନରେ ସବୁ କାମକରା ଯାଇ ବିଭାଗରେ ସଂସ୍କାର ଅଣା ଯାଇଛି । ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନାହିଁ।
ସେ କହିଛନ୍ତି ଯେ ଡିଏଲଠାରୁ ଆରମ୍ଭ କରି ଗାଡ଼ି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ। ଏହି ସବୁ କାମରେ ଦଲାଲଙ୍କ ଭୂମିକା ରହୁଥିଲା ବୋଲି ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ଏବେ ଅନେକାଂଶରେ ଦଲାଲମାନଙ୍କ ଭୂମିକା କମିଥିଲେ ବି ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଶନିବାର ଠାରୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ନୂଆବର୍ଷରୁ ପରିବହନ ବିଭାଗର ସବୁ କାମ ଅନଲାଇନରେ : ପରିବହନ ମନ୍ତ୍ରୀ
Popular Categories



