www.samajalive.in
Sunday, December 7, 2025
23.1 C
Bhubaneswar

୩୯ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ତୃଣମୂଳସ୍ତରରେ ପ୍ରଶାସନର ମଙ୍ଗ ଧରିଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ପଞ୍ଚାୟତିରାଜ ବିଭାଗର ବିଜ୍ଞପ୍ତିନାମା ଅନୁଯାୟୀ ୨୯ଜଣ ମଣ୍ଡଳ ଉନ୍ନୟନ ଅଧିକାରୀ(ବିଡ଼ିଓ) ଓ ୬ଜଣ ତହସିଲଦାରଙ୍କ ସହିତ ୪ଜଣ ‘ଡେପୁଟି କଲେକ୍ଟର’ଙ୍କ ବଦଳି ହୋଇଛି। ନିର୍ଦେଶନାମା ଅନୁଯାୟୀ ସନ୍ଧ୍ୟାରାଣୀ ମାଝିଙ୍କୁ ଅନୁଗୋଳ ବିଡ଼ିଓ ଭାବେ ବଦଳି କରାଯାଇଥିବାବେଳେ ଶଙ୍କର ମିଶ୍ରଙ୍କୁ ତାଳଚେର, ଜ୍ଞାନରଞ୍ଜନ ସାହୁଙ୍କୁ ବସ୍ତା, ତନ୍ମୟ ରଞ୍ଜନ ଜେନାଙ୍କ ବାହନଗା, ଦମୟନ୍ତୀ ସାହୁଙ୍କୁ ଝାରବନ୍ଧ, ବିଶ୍ୱନାଥ ସାହୁଙ୍କୁ ଅତାବିରା, ମନୋଜ କୁମାର ବେହେରାଙ୍କୁ ଭଦ୍ରକ, ପ୍ରଦୀପ୍ତ କୁମାର ଶତପଥୀଙ୍କୁ ବାଙ୍କୀ, ରାଜାରଞ୍ଜିତ ପ୍ରତାପ ବଳଙ୍କୁ ରାଇଗଡ଼, ଶୁଭସ୍ନିଗ୍ଧା ସେଠୀଙ୍କୁ ମୋହନା, ଉତମ ବାଗଙ୍କୁ ଏମ. ରାମପୁର ପ୍ରଭୃତି ୨୯ଜଣଙ୍କୁ ବଦଳି କରାଯାଇଛି।

ସେହିପରି ୬ଜଣ ତହସିଲଦାରଙ୍କ ମଧ୍ୟରେ କିଶୋର ପଣ୍ଡାଙ୍କୁ ଗଣିଆ ତହସିଲଦାର ଭାବେ ନିଯୁକ୍ତ କରାଯାଇଥିବାବେଳେ ଶୁଭାଶିଷ ପାଲଟାଙ୍କୁ ଟାଙ୍ଗୀ, ମନ୍ମଥ ନାୟକଙ୍କୁ ତାଳଚେର, ପ୍ରଶାନ୍ତି ପ୍ରଧାନଙ୍କୁ ବେଲପଡା, ରୂପାଲିକା ଦାସଙ୍କୁ ଗୋପ, ବିନୟ କୁମାର ପଟେଲଙ୍କୁ ରଘୁନାଥପଲ୍ଲୀ ବଦଳି କରାଯାଇଥିବାବେଳେ ଅନ୍ୟ ୪ଜଣଙ୍କୁ ‘ଡେପୁଟି କଲେକ୍ଟର’ ଭାବେ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ଦେନିଶ ବେହେରା ଓ ଶୁଭକାନ୍ତ ନାୟକଙ୍କୁ କଳାହାଣ୍ଡି ଡେପୁଟି କଲେକ୍ଟର ଭାବେ ନିଯୁକ୍ତ କରାଯାଇଥିବାବେଳେ ଧ୍ରୁବଚରଣ ମୁଦୁଲିଙ୍କୁ ମାଲକାନଗିରି ଏବଂ ତପସ୍ୱିନୀ ହାଁସଦାଙ୍କୁ ଗଜପତି ବଦଳି କରାଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories