ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲିଜିୟମ ଶୁକ୍ରବାର ୬ ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପାରିସ କରିଛନ୍ତି। ଏନେଇ ଜାରି ହୋଇଥିବା ବିବୃତି ଅନୁଯାୟୀ, ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କୋଲକାତା ହାଇକୋର୍ଟକୁ ବଦଳି ହୋଇଥିବା ବେଳେ ତ୍ରିପୁରା ହାଇକୋର୍ଟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡିଶା ବଦଳି ହୋଇଛି। ବିଚାରପତି ଅସାନୁଦ୍ଦନ ଅମାନୁଲ୍ଲା ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ପାଟନା ହାଇକୋର୍ଟ ଓ ମଣିପୁର ହାଇକୋର୍ଟରୁ ବିଚାରପତି ଲନୁସୁଙ୍ଗକୁମ୍ ଜମିର୍ ଗୌହାଟି ହାଇକୋର୍ଟକୁ ବଦଳି ହୋଇଛି। ସେହିପରି ଜମ୍ମୁ ଓ କାଶ୍ମୀର ହାଇକୋର୍ଟରୁ ବିଚାରପତି ଧୀରଜ ସିଂହ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରୁ ବିଚାରପତି ପୁରୁଷୈନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଛନ୍ତି।
Popular Categories



