www.samajalive.in
Sunday, December 7, 2025
23.1 C
Bhubaneswar

ନୂଆବର୍ଷରେ ଦେଶବାସୀଙ୍କୁ ମୋଦୀଙ୍କ ଉପହାର, ରାମସେତୁ ପର୍ଯ୍ୟନ୍ତ ରେଳ ଧାରଣା ପ୍ରସ୍ତାବ ମଞ୍ଜୁର

ନୂଆଦିଲ୍ଲୀ: ରାମେଶ୍ବରମ-ଧନୁଷକୋଡି ସେକ୍ସନ ଉପରେ ପୁଣି ରେଳ ଧାରଣା ନିର୍ମାଣ ପାଇଁ କେନ୍ଦ୍ର ସରାକର ନିଷ୍ପତ୍ତି ନେଇଛନ୍ତି । ଏହି ରେଳ ପ୍ରକଳ୍ପ ପାଇଁ ପ୍ରାୟ ୨୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୧୯୬୪ ମସିହା ଭୟଙ୍କର ସାମୁଦ୍ରିକ ତୋଫାନରେ ଏହି ରେଳ ଧାରଣା ଭାଙ୍ଗିଯାଇଥିଲା। ଫଳରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ରେଳ ଧାରଣା ହେବା ଦ୍ବାରା ପ୍ରସିଦ୍ଧ ରାମସେତୁ ପର୍ଯ୍ୟନ୍ତ ରେଳ ସମ୍ପର୍କ ଯୋଡାଯାଇପାରିବ । କାରଣ ଧନୁଷକୋଡି ଠାରୁ ରାମସେତୁ ଆରମ୍ଭ ହୋଇଛି। ପୂର୍ବରୁ ଏଠାରେ ରାମେଶ୍ୱରମ ଠାରୁ ଧନୁଷକୋଟି ଯାଏଁ ୧୮ କିଲୋମିଟର ପର୍ୟ୍ୟନ୍ତ ରେଳ ଧାରଣା ବିସ୍ତାରିତ ହୋଇଥିଲା। ଏହା ସହ ପମ୍ବନ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୪୫୮ କୋଟି ଟଙ୍କା ଖର୍ଚ୍ଛ ହେବ ବୋଲି ଜଣାପଡିଛି । ଆସନ୍ତା ଜାନୁଆରି ମାସରୁ ଏହି କାର୍ଯ୍ୟ ଆରମ୍ଭ ହେବ ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ପମ୍ବନ ସେତୁ ତାମିଲନାଡୁର ମୁଖ୍ୟ ମଣ୍ଡପମକୁ ରାମେଶ୍ବର ସହ ଯୋଡିବ । ସେହିଠାରୁ ଧନୁଷକୋଡି ରାମସେତୁ ପର୍ଯ୍ୟନ୍ତ ରାସ୍ତା ଯାଇଛି । ପମ୍ବନ ସେତୁ ୧୯୧୪ ମସିହାରେ ନିର୍ମାଣ କରାଯାଇଥିଲା । ଏହି ସେତୁର ବିଶେଷତ୍ବ ହେଉଛି ସେତୁ ଉପରେ ଟ୍ରେନ ଏବଂ ତଳେ ପାଣି ଜାହାଜ ଯାଇପାରୁଥିଲା ।

ରାମେଶ୍ବରମ ପର୍ଯ୍ୟନ୍ତ ୧୭.୨୦ କିମି ଲମ୍ବାର ରେଳ ଧାରଣା ୧୯୬୪ ମସିହାରେ ଏକ ଭୟଙ୍କର ସାମୁଦ୍ରିକ ଝଡରେ ଭାସି ଯାଇଥିଲା। ସେବେଠାରୁ ଏହି ସେତୁ ପୁନଃନିର୍ମାଣ ହୋଇପାରିନଥିଲା। କିନ୍ତୁ ମୋଦି ସରକାର ଏହି ଦୁଇଟି ସେତୁର ନିର୍ମାଣ ଏକାସାଙ୍ଗରେ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ନୂଆ ପମ୍ବନ ସେତୁ ନିର୍ମାଣରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ । ନୂତନ ପମ୍ବନ ସେତୁର ସ୍ବତନ୍ତ୍ରତା ହେଲା ସମୁଦ୍ରରେ ବଡ ଜାହାଜ ଓ ଷ୍ଟିମର ଯିବା ସମୟରେ ପ୍ରଥମ ଥର ଲାଗି ସେତୁର ୬୩ ମିଟର ଅଂଶ ସମୁଦ୍ର ପତନ ଠାରୁ ଉଚ୍ଚକୁ ଉଠିଯିବ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories