ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ପରିବର୍ତ୍ତନ ଯୋଗୁ ଘଟିଛି ଦୁର୍ଘଟଣା – ରେଳମନ୍ତ୍ରୀ

ଡେସ୍କ: ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ପରିବର୍ତ୍ତନ ଯୋଗୁ ବାଲେଶ୍ୱର ବାହାନଗା ଠାରେ ଟ୍ରେନ ଦୁର୍ଘଟଣା ଘଟିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ କବଚ ବ୍ୟବହାର ନ ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଲା। ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ରେଳମନ୍ତ୍ରୀ କହିଛନ୍ତି ସେହି ରୁଟରେ ଟ୍ରାକ ପରିବର୍ତ୍ତନ ପାଇଁ ଥିବା ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ତ୍ରୁଟିପୂର୍ଣ୍ଣ ପରିବର୍ତ୍ତନ ଯୋଗୁ ଏଭଳି ଘଟିଛି। ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏବେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଓ ମଙ୍ଗଳବାର ସନ୍ଧ୍ୟା କିମ୍ବା ବୁଧବାର ସକାଳ ସୁଦ୍ଧା ସେହି ରୁଟରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ।

Comments are closed.