www.samajalive.in
Monday, December 8, 2025
14.1 C
Bhubaneswar

ଚିନ୍ତାମୁକ୍ତ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସବୁ ଉପାୟ

ବସ୍ତୁବାଦୀ ଦୁନିଆରେ ଆଜିକାଲିର ବ୍ୟସ୍ତ ଜୀବନ ଶୈଳୀ କେବଳ ଯେ ଆମକୁ ଚାପ ଗ୍ରସ୍ତ କରୁଛି ତା ନୁହେଁ, ଏଠି ପାଇଁ ଜୀବନରେ ଅଶାନ୍ତି ସୃଷ୍ଟି ହେବା ସହ ସୁଖମୟ ଜୀବନ ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ତେବେ କେତୋଟି କଥା ପ୍ରତି ଧ୍ୟାନ ଦେଲେ ଆପଣ ଗୋଟିଏ ଶାନ୍ତିପୂର୍ଣ୍ଣ, ସରଳ ଓ ଚିନ୍ତାମୁକ୍ତ ଜୀବନ ଯାପନ କରିପାରିବେ। ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଏକ ଚିନ୍ତାମୁକ୍ତ ତଥା ସୁଖମୟ ଜୀବନ ଯାପନ କରି ପାରିବା-

– ଦୈନନ୍ଦିନ ବ୍ୟାୟାମ କରନ୍ତୁ। ଏହା ଦ୍ୱାରା ଟେନସନ ଅନେକାଂଶରେ ଦୂର ହୋଇଥାଏ।
– ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଅଧିକ ମସଲାଯୁକ୍ତ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।
– ପ୍ରତିଦିନ ଅତିକମରେ ୬ରୁ ୭ ଘଣ୍ଟା ଶୁଅନ୍ତୁ।
-ପ୍ର ତିଦିନ କିଛି ସମୟ ଯୋଗ, ପ୍ରାଣାୟାମ ପାଇଁ ବାହାର କରନ୍ତୁ। ଏହା ଆପଣଙ୍କୁ ଅନେକାଂଶରେ ମାନସିକ ଶାନ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ।
– ଟେନସନର କାରଣ ଖୋଜି ବାହାର କରନ୍ତୁ। ଯେତେ ସମ୍ଭବ ଏହାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।
– ଯଦି ଅଧିକାଂଶ ସମୟ ଚାପର ବଶବର୍ତ୍ତୀ ହେଉଛନ୍ତି ତେବେ ଯେତେ ସମ୍ଭବ ନିଜର ମାନସିକତାକୁ ସକରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ।
– ନିଜ ସାମର୍ଥ୍ୟ ଅନୁସାରେ ହିଁ କାମ କରନ୍ତୁ। ନିଜେ ତୁଲାଇପାରୁ ନ ଥିବା କାମକୁ ଆପଣେଇ ଟେନସନକୁ ଡାକି ଆଣନ୍ତୁ ନାହିଁ।
– କିଛି ସମୟ ଶାନ୍ତ ପରିବେଶରେ ନିଜକୁ ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories