www.samajalive.in
Sunday, December 7, 2025
14.1 C
Bhubaneswar

ଆଜିଠୁ ଜନତା ମୈଦାନରେ ଜମିବ ତୋଷାଳି ମେଳା: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ଜନତା ମୈଦାନରେ ଜମିବ ତୋଷାଳି ମେଳା।  ଓଡିଶା ସରକାରଙ୍କ  ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ୧୯ତମ ତୋଷାଳି ହସ୍ତଶିଳ୍ପ ମେଳା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଳା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭ ଉଦଘାଟନ କରିବେ। ଚଳିତ ବର୍ଷ ମେଳାରେ ୬୫୦ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି। ଓଡିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିବ। ୨୫୦୦ ବର୍ଗଫୁଟ  ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ୍  ପାଭିଲିଅନ୍ ଶିଳ୍ପ ସୃଜନୀ  । ଯାହା ମେଳାର ମୁଖ୍ୟ ଆକର୍ଷଣ ସାଜିବ। ଚଳିତବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ହେବାର ଆଶା କରାଯାଉଛି। ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମେଳା ପରିସରରେ ସମସ୍ତ ବ୍ୟବସ୍ଥା ଯେପରିକି ନିରାପତ୍ତା ସହାୟତା, ଦମକଳବାହିନୀ, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ଶୌଚାଳୟ , ଏଟିଏମ୍ ଆଦିର ବ୍ୟବସ୍ଥା କରାଯାଇଛି। ଏପରିକି ବୟସ୍କ ତଥା ଦିବ୍ୟାଙ୍ଗଙ୍କ  ପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଛି। ମା ଏବଂ ଶିଶୁଙ୍କ ପାଇଁ ଏକ ସ୍ଵତନ୍ତ୍ର ଶିଶୁ ଯତ୍ନ ଗୃହର ପରିକଳ୍ପନା କରାଯାଇଛି। ଏଥର ମେଳାରେ ୨୮ କୋଟି ଟଙ୍କା ବାଣିଜ୍ୟ ହେବାର ଲକ୍ଷ୍ୟ ରଖାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories